ପୂର୍ବ  ଆମେରିକାରେ ପ୍ରବଳ ତୁଷାରପାତ : ବରଫ ପାଲଟିଲେ ମାଛ ଠାରୁ ଆରମ୍ଭ କରି ବିଶାଳ କୁମ୍ଭୀର

29

କନକ ବ୍ୟୁରୋ : ଆମେରିକାରେ କଡ଼ା ଶୀତଲହରି,ପ୍ରବଳ ତୁଷାରପାତରୁ ମୁକୁଳି ପାରୁନାହାନ୍ତି ମଣିଷ ଠାରୁ ନେଇ ଜୀବଜନ୍ତୁ ।ଆମେରିକାର ଅଧିକାଂଶ ସ୍ଥାନରେ ଏବେ ପ୍ରାୟ ମାଇନ୍ସ ୩୦ଡିଗ୍ରୀ ସେଲିସିଅ ତାପମାତ୍ର ରହୁଥିବା ଯୋଗୁଁ ଅକଥନୀୟ ଥଣ୍ଡାରେ ଥରୁଛି ଦେଶ । ଏବେ ପୂର୍ବ ଆମେରିକାରୁ ଆସିଥିବା ଏକ ଭିଡିଓ ଖୁବ୍ ଭାଇରାଲ୍ ସାଜିଛି ।

ଯେଉଁଥିରେ ନଜର  ଆସିଛି ବିଭିନ୍ନ ହ୍ରଦ,ନଦୀ ଓ ଜଳାଶୟର ପାଣି ବରଫ ପାଲଟିଥିବାବେଳେ ତ୍ରାହି ପାଇନାହାନ୍ତି ଜଳଚରପ୍ରାଣୀ । ବରଫ ପାଲଟିଛନ୍ତି ମାଛ ଠାରୁ ନେଇ ବିଶାଳ ଆକାରର କୁମ୍ଭୀର । ଏମାନଙ୍କ ମଧ୍ୟରେ କିଛି ମୃତ୍ୟୁବରଣ କରିଥିବାବେଳେ ଆଉ କିଛି ବାହାରକୁ ବାହରିବା ପାଇଁ ସଂର୍ଘଷ କରିଛନ୍ତି ।ତେବେ ମାଇନ୍ସ ୪୦ଡିଗ୍ରୀ ପର୍ଯ୍ୟନ୍ତ ଜୀବିତ ରହି ପାରୁଥିବାବେଳେ ଏଥର କିନ୍ତୁ କଡ଼ା ଶୀତ ଆଗରେ ହାର ମାନିଛନ୍ତି ଏମାନେ ।