ଶୀତ ଦିନରେ ମୁହଁର ଯତ୍ନ ନେବା କିପରି ! କିଛି ଘରୋଇ ଟିପ୍ସ

194

ଶୀତ ଦିନରେ ମୁହଁର ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ ତାକୁ ନେଇ ମହିଳାମାନେ ବିଶେଷ ଚିନ୍ତିତ ହୋଇଥାନ୍ତି । ମହିଳାଙ୍କ ଇଚ୍ଛା ରହିଥାଏ ଯେ ଶୀତ ଦିନେ ମହିଳା ମାନଙ୍କ ତ୍ୱଚା କିପରି କୋମଳ ଓ ମୁଲାୟମ ରହିବ । ଆମମାନଙ୍କ ଧାରଣା ରହିଛି ଯେ କେବଳ ପାର୍ଲର ଗଲେ ହିଁ ତ୍ୱଚାର ଉପଯୁକ୍ତ ଯତ୍ନ ନିଆଯାଇପାରିବ, କିନ୍ତୁ କିଛି ଘରୋଇ ଉପଚାର ରହିଛି, ଯାହାଦ୍ୱାରା ବି ଆମେ ଆମ ମୁହଁର ଭଲଭାବରେ ଯତ୍ନ ନେଇପାରିବା

  • ଘରେ ବ୍ୟବହାର କରାଯାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ନେଇ ଆମେ ମୁହଁର ଯତ୍ନ ନେଇପାରିବା । ଲେମ୍ବୁ, ବନ୍ଧାକୋବି, କ୍ଷୀର, ଅଣ୍ଡା, ଦହି, ଏବଂ ତୁଳସୀ ଆଦି ଜିନିଷକୁ ବ୍ୟବହାର କରି ଶୀତ ଦିନେ ଆମେ ଆମ ହାତ ପାହାନ୍ତାରେ ମିଳୁଥିବା ଜିନିଷର ସହାୟତାରେ ମୁହଁର ଯତ୍ନ ନେଇପାରିବା ।
  • କିଛି ଘରୋଇ ଜିନିଷର ବ୍ୟବହାର କରି ଆମେ କିପରି ଭାବରେ ନେଇପାରିବା ମୁହଁର ଯତ୍ନ । ପାଣି ଅଧିକ ପରିମାଣରେ ପିଇଲେ କଳା, ଗୋରା, ଶ୍ୟାମଳ ତ୍ୱଚା ବିଶିଷ୍ଟ ପ୍ରତ୍ୟେକ ମହିଳା ଶତପ୍ରତିଶତ ଉପକାର ପାଇପାରିବେ ।
  • ଲେମ୍ବୁ ଚାହିଦା ମଧ୍ୟ ଶୀତଦିନେ ତ୍ୱଚା ପାଇଁ ବେଶ ଉପକାରୀ ଅଟେ । ଲେମ୍ବୁର ଚୋପାକୁ ଆମେ ମୁହଁ, ହାତ, ଗୋଇଠିରେ ଘଷିଲେ ଶୀତ ଦିନରେ ଉପଯୋଗୀ ହୋଇଥାଏ । ବନ୍ଧାକୋବି ମଧ୍ୟ ଶୀତଦିନେ ଦେହ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ବନ୍ଧାକୋବିକୁ ବିଭିନ୍ନ ଶୈଳୀରେ ରୋଷେଇ କରି ଖାଇଲେ ତ୍ୱଚାର ସୈାନ୍ଦର୍ଯ୍ୟ ବଢିଥାଏ ।
  • ଶୀତ ଦିନରେ କ୍ଷୀରକୁ ଉଷୁମ କରି ଯଦି ପିଇଲେ , ତେବେ ଶରୀର ସତେଜ ରହିଥାଏ । ଦହିର ଉପକାର ମଧ୍ୟ ବହୁତ ରହିଛି । ଦହି ଖାଇଲେ ଶରୀରର ଉଜ୍ଜଳତା ଆସିଥାଏ, ଏବଂ ତା ଛଡା ଦହିକୁ ଚୁଟିରେ ଲଗାଇଲେ ଶୀତ ଦିନରେ ରୁପିଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଶୀତ ଦିନରେ ଅଣ୍ଡାର ଉପକାରିତା ମଧ୍ୟ ରହିଛି । ଅଣ୍ଡାର ହଳଦିଆ ଅଂଶକୁ ମୁହଁରେ ଲଗାଇଲେ ତ୍ୱଚା ସୁନ୍ଦର ଦେଖାଯାଏ । ଶୀତ ଦିନରେ ସକାଳର ନିତ୍ୟକର୍ମ ସାରି ତୁଳସୀ ପତ୍ରକୁ ଚୋବାଇ ଖାଇଲେ ଶରୀରରେ ସତେଜତା ଅନୁଭବ ହୋଇଥାଏ ।