ଶୀତ ଋତୁରେ କେମିତି ନେବେ ଶରୀରର ଯତ୍ନ ? ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

49

ଏବେ ଶୀତର ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି । ଆଉ ଥଣ୍ଡା ଅନୁଭୂତ ହେଲାଣି । ଏହି ଦିନରେ ଶରୀର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ଏଥିପାଇଁ ବିଶେଷ ଯତ୍ନ ଓ ଉପଚାରର ଆବଶ୍ୟକତା ପଡିଥାଏ । ବିଶେଷକରି ଶିଶୁ ଓ ବୟସ୍କଙ୍କ ଠାରେ ରୋଗପ୍ରତିରୋଧକ କ୍ଷମତା କମ୍ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସବୁଠୁ ଅଧିକ ଦେଖାଯାଏ । ଏଣୁ ଏହି ଋତୁ ପାଇଁ ଆପଣଙ୍କୁ କିଛି ଆବଶ୍ୟକୀୟ ଟିପ୍ସ ।

୧ – ଥଣ୍ଡା , ଖଟା ଓ ରାଗ ଲାଗୁôଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

୨ – ଶରୀରକୁ ପୂରା ଆବୃତ୍ତ କରି ରଖିଥିବା ପୋଷାକ ପିନ୍ଧନ୍ତୁ । ବିଶେଷକରି ମୁଣ୍ଡ , ଗଳା ଓ କାନ ଘୋଡାଇ ହୋଇ ପଡିଥିବା ଜରୁରୀ ।

୩ – ଶୀତଦିନେ ଛୋଟ ଛୋଟ ପ୍ରଦୂଷଣ କଣିିକା ଜମାଟ ବାନ୍ଧି ସୃଷ୍ଟି ହେଉଥିବା ସ୍ମଗ୍ ଶରୀର ପାଇଁ କ୍ଷତିକାରକ ଅଟେ । ତେଣୁ ମର୍ଣ୍ଣିଂୱାର୍କ କରୁଥିଲେ ଏହାର ସମୟ ବଦଳାଇ ଦିଅନ୍ତୁ ।

୪ – ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଜାୟ ରଖିବା ପାଇଁ ନିଜ ଖାଦ୍ୟରେ ଫଳ ଓ ପନିପରିବା ସାମିଲ୍ କରନ୍ତୁ । ଏହି ସମୟରେ ପାଳଙ୍ଗ , ବଥୁଆ , ମେଥି , ବ୍ରୋକୋଲି , ଅଁଳା , ମଟର , ବିଟ୍ ଆଦି ସହଜରେ ମିଳିଥାଏ । ଯାହା ଶରୀର ପାଇଁ ବେଶ୍ ଉପକାରୀ ଅଟେ ।

୫ – ଗରମ ପାନୀୟ ଯଥା- ଚା’, କଫି , ଗ୍ରୀନ୍ ଟି, ହଳଦୀଯୁକ୍ତ କ୍ଷୀର ଓ ସୁପ୍ ପିଅନ୍ତୁ । ତେବେ ଏହାର ପରିମାଣ ମାତ୍ରାଧିକ ନହେବା ଉଚିତ୍ ।

୬ – ଶରୀରକୁ ମାଲିସ୍ କରନ୍ତୁ , ଫଳରେ ରକ୍ତ ସଂଚାଳନ ଠିକରେ ହୋଇପାରିବ ।

୭ –ଥଣ୍ଡା ଲାଗିବା ସହ ଜ୍ୱର , କାଶ ଓ ଗଳାରେ ସଂକ୍ରମଣ ଏହି ଋତୁରେ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା । ତେଣୁ ଗରମ ପୋଷାକ ପିନ୍ଧିବା ସହ ହାଲକା ଉଷୁମ ପାଣିରେ ସ୍ନାନ କରିବା ଭଲ ।

୮ – ଗଳାରେ ସଂକ୍ରମଣ ଅନୁଭବ ହେଲେ ଉଷୁୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ।