ଏବେ ଶୀତ ଦିନ , କେମିତି କରିବେ ଦିନଚର୍ଯ୍ୟା ଓ ନିଜକୁ ରଖିବେ ଫିଟ୍ : ଜାଣନ୍ତୁ ଏହାର ତରିକା

92

ଶୀତଦିନେ କେବଳ ଆମ ଚର୍ମ ଶୁଷ୍କ ହୋଇଯାଇ ନଥାଏ , ଶରୀରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ । ଏଣୁ ଋତୁ ପରିବର୍ତ୍ତନ ସହ ନିଜର ଖାଦ୍ୟ ଓ ଦିନଚର୍ଯ୍ୟା ରେ ବି ପରିବର୍ତ୍ତନ କରିବା ଜରୁରି । ତେଣୁ ଶୀତଦିନେ ନିଜକୁ କିଭଳି ଭାବେ ଫିଟ୍ ରଖିବେ ଆସନ୍ତୁ ଜାଣିବା –

୧ – ଅଧିକ ଫଳ ଖାଆନ୍ତୁ –
ଏହି ଋତୁରେ ଅଧିକ ରସଯୁକ୍ତ ଫଳ ଖାଆନ୍ତୁ । କମଳା , ଲେମ୍ବୁ ମଧ୍ୟ ଖାଇପାରିବେ । କାରଣ ଏଥିରେ ରହିଛି ପ୍ରଚୁର ମାତ୍ରାରେ ଭିଟାମିନ୍ ସି । ଏହା ଆପଣଙ୍କ ଶରୀରକୁ ଥଣ୍ଡା କାଶରୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

୨ – ପ୍ରଚୁର ପାଣି ପିଅନ୍ତୁ –
ଥଣ୍ଡା ଲାଗୁଥିବା କାରଣରୁ ସାଧାରଣତଃ ଆମେ ଶୀତଦିନେ କମ୍ ପାଣି ପିଇଥାଉ । ମାତ୍ର ଏହା ଆମ ଶରୀର ପାଇଁ କ୍ଷତିକାରକ । ଶୀତଦିନେ ମଧ୍ୟ ଅତିକମରେ ୨ଲିଟର ପାଣି ପିଇବା ଉଚିତ୍ । ସୁପ୍ ଓ ହର୍ବାଲ୍ ଚା’ ମଧ୍ୟ ପିଇବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ଶରୀର ଗରମ ରହିବା ସହ ଆର୍ଦ୍ର ମଧ୍ୟ ରହିବ ।

୩ – ଗରମ ପାଣିରେ ଗାଧାନ୍ତୁ –
ଟାଙ୍କିରେ ଜମା ହୋଇଥିବା ପାଣିରେ ନ ଗାଧୋଇ ଉଷୁମ ପାଣିରେ ଗାଧାନ୍ତୁ । ତ୍ୱଚାକୁ ଶୁଷ୍କ କରୁନଥିବା ସାବୁନ୍ ଲଗାନ୍ତୁ । କୌଣସି ଉତ୍ତମ ଗୁଣବତ୍ତାର ମଏଶ୍ଚରାଇଜର ବ୍ୟବହାର କରିପାରିବେ ।

୪ – ମିଠା ଖାଆନ୍ତୁ ନାହିଁ –
ସାଧାରଣତଃ ଶୀତଦିନେ ବେଶୀ ମାତ୍ରାରେ ମିଠା ଓ ତେଲ ଛଣା ଖାଦ୍ୟ ଖାଇବାକୁ ଅନେକ ପସନ୍ଦ କରନ୍ତି । ମାତ୍ର ଏହି ଦିନେ ଏସବୁ ଖାଦ୍ୟ ବେଶୀ ନଖାଇ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଆନ୍ତୁ ।

୫ – ଘରେ ବାୟାମ କରନ୍ତୁ –
ଯଦି ଆପଣଙ୍କ ପକ୍ଷେ ଥଣ୍ଡାରେ ବାହାରକୁ ଯାଇ ବ୍ୟାୟାମ କରିବା ସମ୍ଭବ ହେଉନାହିଁ, ତେବେ ଘର ଭିତରେ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଆପଣ ଥଣ୍ଡା ସହିତ ସିଧାସଳଖ ସଂପର୍କରେ ଆସିବେ ନାହିଁ । ଯଦି ସକାଳୁ ଶୀଘ୍ର ଉଠି ବ୍ୟାୟାମ କରିପାରୁନାହାଁନ୍ତି, ତେବେ ସଂଧ୍ୟାରେ ମଧ୍ୟ ବ୍ୟାୟାମ କରିପାରିବେ । ଏହି ଋତୁରେ ଯୋଗାସନ ଏକ ଉତ୍ତମ ବିକଳ୍ପ ଅଟେ । ଏହା ଦ୍ୱାରା ମଧ୍ୟ ଆପଣ ଶରୀରକୁ ସୁସ୍ଥ ରଖିପାରିବେ ।