ବିଧାନସଭାର ଶୀତ ଅଧିବେଶନ ଆରମ୍ଭ : ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ଲୁଲୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହା ସହ ଦିବଙ୍ଗତ ବିଧାୟକ ବିନୋଦ ବିହାରୀ ସିଂ ବରିହା ଓ ଗୈାସାଙ୍ଗ ଶବରଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରକାଶ କରାଯାଇଛି । ସେହିପରି ତିନି ଜଣ ଶହୀଦଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଅଗତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଗୃହ ଭିତରେ ବିଜେଡି,ବିଜେପି ଓ କଂଗ୍ରେସ ଲୁଲୁଙ୍କ ସ୍ମୃତି ଚାରଣ କରିଛନ୍ତି । ବିଜେପି ବିଧାୟକ ଦଳ ନେତା କେ.ଭି.ସିଂଦେଓ ଲୁଲୁ ସେନା ଗଠନକୁ ସ୍ୱାଗତ କରିଥିବା ବେଳେ ବିରୋଧି ଦଳ ନେତା ଲୁଲୁଙ୍କୁ ୟୁଥ ଆଇକନ ଭାବେ ଚିତ୍ରଣ କରିଛନ୍ତି ।