ବର୍ଷା ଭୟ ଗଲା, ଶୀତ ଆସିଲା : ଆଜିଠୁ ସାରା ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଦୁର୍ବଳ ହୋଇଛି । ଫଳରେ ଉପକୂଳ ଓଡ଼ିଶାରେ ପାଗ ବଦଳି ଯାଇଛି । ଏପଟେ ଆକାଶରୁ ମେଘ ହଟିଯିବା ପରେ ପୁଣି ଆରମ୍ଭ ହୋଇଛି ଶୀତର ପ୍ରକୋପ । ଆଜିଠାରୁ ପୁଣି ରାଜ୍ୟରେ ଶୀତର ପରିମାଣ ବଢ଼ିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ବେଳକୁ ଉପକୂଳରେ ପାରଦ ୧ ଡିଗ୍ରୀ ଓ ଆଭ୍ୟନ୍ତରିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବାର ସଂଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ମନ୍ଥର ଗତିରେ ଗତି କରୁଥିବା ଅବପାତର ଉଭୟ ଦିଗ ଓ ଗତି ବଦଳି ଯାଇଛି ।