ସଫଳତାର ୭ ସେକେଣ୍ଡ : ରିଓ ଅଲମ୍ପିକ୍ସର କ୍ୱାଲିଫାଇଂ ଦୈାଡରେ ଦୂତି ଚାନ୍ଦଙ୍କର ସେହି ବିଜୟର ମୁହୂର୍ତ

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଜାକାସ୍ତାନରେ ରିଓ ଅଲମ୍ପିକ୍ସର କ୍ୱାଲିଫାଇଂ ଦୈାଡରେ ଦୂତି ଚାନ୍ଦଙ୍କର ସେହି ବିଜୟର ମୁହୂର୍ତ । ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଢେର ଆଗରେ ଥିଲେ ଦୂତି । ଓଡିଶାର ଏକ ଅତି ଗରିବ ପରିବାରରୁ ଆସିଥିବା ଦୂତିଙ୍କର ୧୦୦ ମିଟର ଦୈାଡର ରଣନୀତି ସମସ୍ତ ଅନ୍ତର୍ଜାତୀୟ ମାନ ଠାରୁ ଉନ୍ନତ ବୋଲି କୁହାଯାଇଛି । ପ୍ରଥମ ୪୦ ମିନିଟ୍ ଓ ପରବର୍ତ୍ତୀ ୬୦ ମିଟର ପାଇଁ ଭିନ୍ନ ରଣନୀତି ଆପଣାଇଥିଲେ , ଓଡିଶା କାହିଁକି ସାରା ଦେଶର ଗୈାରବ ପାଲଟିଯାଇଥିବା ଏହି ୨୦ ବର୍ଷୀୟ ମହିଳା ଧାବିକା ।

ପ୍ରଥମ କ୍ୱାଲିଫାଇଂ ଦୈାଡିରେ ୧୧ ଦଶମିକ ୩୨ ସେକେଣ୍ଡରେ ଦୂତି ୧୦୦ ମିଟର ଅତିକ୍ରମ କରି ରିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ସେହି ଦିନ ଦ୍ୱିତୀୟ କ୍ୱାଲିଫାଇଂ ରାଉଣ୍ଡରେ ସେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମାତ୍ର ୧୧ ଦଶମିକ ୨୪ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଯାଇଥିଲେ ।