ରେଡିଓ ଚକଲେଟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବିରତ୍ୱର ଗାଥା ! ଆର୍ .ଜେ ସଂଗ୍ରାମଙ୍କ କଣ୍ଠରେ ଦେଖନ୍ତୁ ଭିଡିଓ

102

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ସାରା ଦେଶରେ ଭୁଲ୍ ସାରା ବିଶ୍ୱରେ ନିଜ ବିରତ୍ୱର ପରାକାଷ୍ଠା ଦେଖାଇଛନ୍ତି । ଶତ୍ରୁଦେଶର ମାଟିରେ ପାଦ ଦେଇ ମାଡ ଖାଇ ମଧ୍ୟ ନିର୍ଭୀକତାର ବହ୍ନି ଜଳୁଥିବା ତାଙ୍କ ଆଖିକୁ ଆଜି ସାରା ଭାରତ ସଲାମ୍ କରୁଛି । ୫୮ ଘଣ୍ଟା ମାନସିକ ନିର୍ଯାତନା ପାଇ ମଧ୍ୟ ଧର୍ଯ୍ୟ ଏବଂ ସାହସର ସହ ଏଭଳି କଠିନ ସମୟକୁ ସେ ଯେଭଳି ବିରତ୍ୱର ସହ ମୁକାବିଲା କରିଛନ୍ତି ତାହାକୁ ଦେଖି ଆଗାମୀ ପିଢି ମଧ୍ୟ ତାଙ୍କ ଭଳି ହେବାକୁ ଚେଷ୍ଟା କରିବେ । ସାରା ଦେଶରେ ଆଜି ବାହାଦୂର ପାଇଲଟ୍ ଅଭିନନ୍ଦନଙ୍କ ସ୍ୱଦେଶ ଫେରିବା ଖୁସିକୁ ଲୋକ ମନାଉଥିବା ବେଳେ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ତରଫରୁ ମଧ୍ୟ ଏହି ବୀରଙ୍କୁ ସଲାମ୍ କରିଛନ୍ତି ଆର୍ .ଜେ ସଂଗ୍ରାମ ।

ଜୀବନର କେତେ ରଙ୍ଗ ରେଡିଓ ପ୍ରୋଗ୍ରାମରେ ମଧ୍ୟ ଝଲସିଛି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବିରତ୍ୱର କାହାଣୀ । ଦେଶର ପ୍ରକୃତ ବାଘର ନିର୍ଭୀକତା ଆଗରେ କିଭଳି ଫିକା ପଡିଲା ପାକିସ୍ତାନ ଦେଖନ୍ତୁ ଭିଡିଓ …