କେବଳ ନିଶ ନୁହେଁ ମେହେନ୍ଦୀ ମାଧ୍ୟମରେ ମଧ୍ୟ ଅଭିନନ୍ଦନଙ୍କୁ ଦିଆଗଲା ସଲାମି ! କନ୍ୟା ନାମ ବଦଳରେ ଅଭିନନ୍ଦନଙ୍କ ନାଁର ମେହେନ୍ଦୀ ଲଗାଇଲା ବର ।   

105

ଶତ୍ରୁଦେଶରୁ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ଦେଶବାସୀ ଭିନ୍ନ ଭିନ୍ନ ତରିକାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ଶତ୍ରୁମାଟିରୁ ସ୍ୱଦେଶ ଫେରିବା ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମଧ୍ୟ ଦେଶବାସୀ ଭିନ୍ନ ଅନ୍ଦାଜରେ ସଲାମ୍ ଜଚ୍ଚାଉଛନ୍ତି । କିଏ ଅଭିନନ୍ଦନଙ୍କ ନିଶକୁ କପି କରୁଛନ୍ତି ତ ଆଉ କିଏ ତାଙ୍କ ଚିତ୍ର ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି । ତେବେ ବର୍ତ୍ତମାନ ଜଣେ ବର କିଭଳି ଭାବରେ ନିଜର ବିବାହରେ କମାଣ୍ଡର ଅଭିନନ୍ଦନଙ୍କୁ ସଲାମ୍ ଜଣାଇ ହାତରେ ମେହେନ୍ଦୀ ମାଧ୍ୟମରେ ଚିତ୍ର ପ୍ରସ୍ତୁତ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇନ୍ଦୋରର ସାବଁରେ କ୍ଷେତ୍ରରେ ଥିବା ରିଙ୍ଗନୋଦିଆରେ ରହୁଥିବା କ୍ଷୀର ବ୍ୟବସାୟୀ ଶୁଭମ୍ ଜାଟ୍ କମାଣ୍ଡର ଅଭିନନ୍ଦନଙ୍କ ସାହସିକତାରେ ପ୍ରଭାବିତ ହୋଇ ଏହି ଯୁବକ ଜଣକ ହାତରେ ଅଭିନନ୍ଦନଙ୍କ ଚିତ୍ର କରି ତାଙ୍କୁ ସଲାମ୍ ଜଣାଇଥିଲେ । ବିବାହ ପୂର୍ବଦିନ ନିଜ ଭାବି ପତ୍ନୀଙ୍କୁ ଏହି ଯୁବକ ଜଣକ କହିଥିଲେ ଯେ ତୁମ ନାମ ବଦଳରେ ମୁଁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଚିତ୍ର ପ୍ରସ୍ତୁତ କରିବାକୁ ଚାହେଁ । ତୁମେ ମୋ ହୃଦୟରେ ରହିବ କିନ୍ତୁ ହୃଦୟ ପୂର୍ବରୁ ଦେଶ ଆସେ ତେଣୁ ମୁଁ ଏହି ବୀର ପାଇଲଟଙ୍କୁ ସଲାମ ଜଣାଇବାକୁ ଯାଇ ହାତରେ ତାଙ୍କ ଛବି ଆଙ୍କୁଛି । ବରର ଏହି କଥାରେ କନିଆ ତ ରାଜି ହେଲେ ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥି ମଧ୍ୟ ବରର ଏଭଳି ଉପାୟରେ ଅଭିନନ୍ଦନଙ୍କୁ ସଲାମ୍ କରିବାକୁ ସାବାସି ଦେଇଛନ୍ତିି ।