ଚୋରା ମଦ ଧରି ଛୁ ମାରୁଥିଲା ବୋଲେରୋ । ମଝି ରାସ୍ତାରେ ପଡିଗଲା ମହିଳାଙ୍କ ହାବୁଡ଼ରେ, ଆଉ ତା ପରେ…

68

କନକ ବ୍ୟୁରା : ଭଦ୍ରକ ଧାମରା ରାସ୍ତାରେ ମଦ ବୋଝେଇ ଗାଡିକୁ ଭାଙ୍ଗିଲେ ମହିଳା । ଚୋରା ମଦ ବୋଝେଇ କରି ଛୁ ମାରୁଥିବା ଏକ ବୋଲେରୋ ଲୋକଙ୍କ ହାବୁଡରେ ପଡିଯାଇଥିଲା ଓ ଗାଡିରେ ମଦ ଥିବା ଦେଖି ତାତି ଉଠିଥିଲେ ସ୍ଥାନୀୟ ଲୋକ । ପୁଲିସ ପିଛା କରୁଥିବା ବେଳେ ଏହି ମଦ ବୋଝେଇ ଗାଡି ଦ୍ରୁତ ଗତିରେ ପୁଲିସକୁ ମାତ ଦେଉଥିଲା ।ହେଲେ କରଣପଲ୍ଲୀ ଚକ ନିକଟରେ ହଠାତ ବୋଲେରୋର ଚକ ଫାଟି ଯିବା ପରେ ଏହା ଏକ ବାଇକକୁ ଧକ୍କା ଦେଇଥିଲା ।

ବାଇକ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଦେଖି ଲୋକେ ତାତି ଉଠିଲେ । ଆଉ ଯେତେବେଳେ ଗାଡି ଭିତରେ ପ୍ରବଳ ମାତ୍ରାରେ ମଦ ବୋଝେଇ ହୋଇଥିବା ଦେଖିଲେ ସେତେବେଳେ ଗାଡିକୁ ଭାଙ୍ଗି ରୁଜି ଚୁରମାର କରିଦେଇଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଓ କାର୍ହିକି ଏହି ମଦ ଚୋରାଚାଲାଣ କରୁଥିଲା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ହେଲେ ପୁରା ଘଟଣା ଭିତରେ ପୁଣିଥରେ ମଦ ବିରୋଧରେ ଲୋକଙ୍କ ଆଭିମୁଖ୍ୟ ସାମ୍ନାକୁ ଆସିଛି ।