ଆକ୍ସନରେ ମହିଳା ! ଭାଙ୍ଗିଦେଲେ ଶହ ଶହ ବୋତଲ ମଦ, ଜାଳିଦେଲେ ଦୋକାନ

33

କନକ ବ୍ୟୁରୋ : ମଦ ବିରୋଧରେ ପୁଣି ତାତିଲେ ମହିଳା । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଛୋଟଖାଲପୁର ଗାଁର ଶହ ଶହ ମହିଳାମାନେ ମଦ ଦୋକାନ ଭାଙ୍ଗିଛନ୍ତି । ଏତିକିରେ କିନ୍ତୁ ମନ ଶାନ୍ତି ହୋଇନଥିଲା ମହିଳା ମାନଙ୍କର । ବିଦେଶୀ ଓ ଦେଶୀ ମଦକୁ ଭାଙ୍ଗିବା ପରେ ଦୋକନରେ ନିଆଁ ଲଗାଇ ଦେଇଥିଲେ ମହିଳା । ମଦ ଦୋକନକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଛନ୍ତି ମହିଳା ମାନେ । ଏଥିସହ ମଦ ଦୋକାନରେ ଥିବା ଦେଶୀ ବିଦେଶ ମଦକୁ ଫୋପାଡି ଦେବା ସହ ବେପାରୀକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

ଛୋଟଖାଲ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପୋଲିସ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ୍ ମଧ୍ୟ କିଛି ଫଳ ମିଳିନଥିଲା । ଫଳରେ ଲୋକେ ବାଧ୍ୟ ହୋଇ ଗାଁର ମହିଳାମାନେ ମଦ ବନ୍ଦ କରିବାକୁ ଗତକାଲି ରାତିରେ ବାହାରିଥିଲେ । ମଦ ଦୋକାନରେ ପହଂଚି ଭଙ୍ଗାରୁଜା କରି ଜାଳି ଦେଇଛନ୍ତି ମହିଳାମାନେ । ଉତ୍ତକ୍ତ୍ୟ ଲୋକଙ୍କୁ ସ୍ଥାନୀୟ ତହସିଲଦାର ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।