ଆଜି ଆରମ୍ଭ ହେଉଛି ଓଡିଶା ନିର୍ମାଣ କନକ୍ଲେଭ-୨୦୧୯ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ମୁଖ୍ୟ ବକ୍ତା ଭାବେ ଦେବେ ଉଦବୋଧନ

56

କନକ ବ୍ୟୁରୋ : ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୧୯ ପୂର୍ବାହ୍ନ ୯ଟା ୪୫ରୁ ଆରମ୍ଭ ହେବ। କନକ୍ଲେଭର ଏହା ତୃତୀୟ ସଂସ୍କରଣ ହୋଇଥିବା ବେଳେ ଏଥିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ମୁଖ୍ୟ ବକ୍ତା ଭାବେ ଉଦବୋଧନ ପ୍ରଦାନ କରିବେ । ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବେ । ଏହି ଅବସରରେ ‘କାଳିଆ କରିବ କୃଷକ କଲ୍ୟାଣ’ ବିଷୟ ଉପରେ ଏକ ପ୍ୟାନେଲ୍ ଆଲୋଚନା ଆୟୋଜିତ ହେବ । ବିଜେଡ଼ି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ।

ଓଡ଼ିଶା ଦକ୍ଷତା ବିକାଶ ନିଗମର ଅଧ୍ୟକ୍ଷ ସୁବ୍ରତ ବାଗଚି ‘ଚାକିରି ମିଳିବ କେମିତି?’ ବିଷୟ ଉପରେ ଅତିଥି ଭାବେ ବକ୍ତବ୍ୟ ରଖିବେ। ଏହା ପରେ ‘ଓଡ଼ିଶା ନିର୍ମାଣ: କାହାର ଦାୟିତ୍ବ କେତେ?’ ବିଷୟ ଉପରେ ଏକ ପ୍ୟାନେଲ୍ ଆଲୋଚନା ହେବ। ସେଥିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ବ ଭୂଷଣ ହରିଚନ୍ଦନ ଅଂଶଗ୍ରହଣ କରିବେ। ଉଦଯାପନୀ ସମାରୋହରେ ଲୋକସଭା ସାଂସଦ ବରୁଣ ଗାନ୍ଧୀ ବକ୍ତବ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କନକ ନ୍ୟୁଜରେ କରାଯିବ ।