ଫେବୃଆରୀରେ ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧି ! କୋରାପୁଟରେ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି କହିଲେ କଂଗ୍ରେସ ବିଧାୟକ

ନବ ନିଯୁକ୍ତ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଖୁବଶୀଘ୍ର କୋରାପୁଟ ଆସିବେ

168

କନକ ବ୍ୟୁରୋ : ନବ ନିଯୁକ୍ତ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଖୁବଶୀଘ୍ର କୋରାପୁଟ ଆସିବେ। ଆସନ୍ତା ଫେବୃଆରୀରେ କୋରାପୁଟ ଜିଲ୍ଲାର ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବେ। ଏଥିନେଇ ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ପ୍ରିୟଙ୍କା ଆସିବା ନିଶ୍ଚିତ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, କୋରାପୁଟ ଆସିବା ପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରାଯାଇଥିଲା। ସେ ଏହାକୁ ଗ୍ରହଣ କରିଛନ୍ତି। ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ପ୍ରିୟଙ୍କାଙ୍କ ଗସ୍ତକୁ ସବୁଜ ସଙ୍କେତ ଦେଇଛନ୍ତି।

ତେଣୁ ଆସନ୍ତା ଫେବୃଆରୀରେ ପ୍ରିୟଙ୍କା କୋରାପୁଟ ଆସିବେ ବୋଲି ବିଧାୟକ କହିଛନ୍ତି। ତେବେ କେବେ ଓ କେଉଁଠି କାର୍ଯ୍ୟକ୍ରମ ହେବ ତାହା ସ୍ଥିର ହୋଇ ନ ଥିବା ସେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧି ସାଧାରଣ ସଂପାଦକ ହେବା ପରେ ଅନେକ ସ୍ଥାନରେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ଦଳୀୟ ନେତା କହିଥିଲେ । ତେବେ ପ୍ରିୟଙ୍କା ମଧ୍ୟ ଗତ କିଛିଦିନ ହେବ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କ ସହ ମିଳାମିଶା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପରିବେଶଣ ହେଉଥିଲା । କଂଗ୍ରେସ ନେତାମାନେ ପ୍ରିୟଙ୍କାକୁ ନିର୍ବାଚନ ପ୍ରଚାର କରିବା ପାଇଁ ଅନୁରୋଧ କରୁଥିଲେ । ତେଣୁ ପ୍ରିୟଙ୍କା ଓଡିଶା ଆସି ଏକ ସଭା କରିବେ ବୋଲି ସୂଚନା ମିଳିଛି ।