ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲରେ ଉପଲବ୍ଧ ହେବ ୭୦ଟି ନୂଆ ଇମୋଜି

ବର୍ତମାନ ବ୍ୟସ୍ତବହୁଳ ଜୀବନରେ ସମୟର ଘୋର ଅଭାବ ରହିଛି

96

କନକ ବ୍ୟୁରୋ : ଆଜିକାଲି ସାରା ଦେଶରେ ମୋବାଇଲ ଜରିଆରେ ଅନେକ ଲୋକ ନିଜର ଭାବ ଅନ୍ୟ ଜଣକ ସହ ଭାବ ଆଦାନ ପ୍ରଦାନ କରୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତମାନ ବ୍ୟସ୍ତବହୁଳ ଜୀବନରେ ସମୟର ଘୋର ଅଭାବ ରହିଛି । ତେଣୁ ଅନେକ ଲୋକ କିଛି ସଙ୍କେତ ବ୍ୟବହାର କରି ନିଜର ବାର୍ତାର ଆଦାନ ପ୍ରଦାନ କରିବାର ନଜର ରହିଛି । ତେବେ ବର୍ତମାନ ସବୁଠାରୁ କ୍ରେଜରେ ରହିଛି ହ୍ୱାଟସଆପର ଇମୋଜି । ଆମେ ଯେଉଁ ସମୟରେ ଅନ୍ୟ ଜଣକ ସହ କଥା ହେଉଛେ ତେବେ ଆମ ସମସ୍ତଙ୍କର ହାତ ଆପେ ଆପେ ଚାଲିଯାଉଛି ଇମୋଜି ଆଡକୁ । କାରଣ ସମୟର ଅଭାବ କାରଣରୁ ଲୋକମାନେ ବା ଗ୍ରାହକ ମାନେ ନିଜର ଭାବନାକୁ ଅନେକ ସମୟରେ ଇମୋଜି ମାଧ୍ୟମରେ ପ୍ରେରଣ କରିବାର ନଜର ରହିଛି ।

 

ଆମେ ମାନେ ବ୍ୟବହାର କରୁଥିବା ମୋବାଇଲ ଗୁଡିକ ମଧ୍ୟରୁ ଅନେକ ମୋବାଇଲରେ ବିଭିନ୍ନ ପ୍ରକାର ଇମୋଜି ରହିଛି । ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ବିଶ୍ୱ ଇମୋଜି ୭୦ଟି ନୂଆ ଇମୋଜି ଡେରେ ଆପେଲ ନୂଆ ୭୦ଟି ଇମୋଜି ଲଞ୍ଚ କରିଛି । ଏହାଦ୍ୱାରା ଲୋକମାନେ ନିଜର ମନ ପସନ୍ଦର ଇମୋଜି ଦ୍ୱାରା ଅନ୍ୟ ଜଣଙ୍କୁ ଭାବ ପ୍ରଦାନ କରିପାରିବେ । ଏହା ଯୋଗୁଁ ସମୟରେ ଦେଖାଯାଉଥିବା ଅଭାବର ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ତେବେ ଇମୋଜି ସମ୍ପର୍କରେ କିଛି ବିଶେଷ ସୂଚନା…

 

୧. ଆପଣ ଆଗରୁ ସ୍ମାଇଲ ଫେସ ଦେଖୁଥିଲେ ତାହା ଏବେ ଆଉ ତିନୋଟି ରୂପରେ ଆସିଛି ।
୨. ଆଗରୁ ପଠାଉଥିବା ହ୍ୟାଣ୍ଡ କ୍ଲାପିଙ୍ଗ ଇମୋଜି ଏବେ ଅନ୍ୟ ୨ଟି ଉପାୟରେ ମଧ୍ୟ ପଠାଇପାରିବେ ବୋଲି ସୂଚନା ମିଳିଛି ।
୩. ଆପଣ ସୁପର ମ୍ୟାନ ଓ ସୁପର ଓମ୍ୟାନର ମଧ୍ୟ ଇମୋଜି ପଠାଇପାରିବେ ।
୪. କେବଳ ଏତିକି ନୁହେଁ ବରଂ ଅନ୍ୟ କେତେକ ପ୍ରକାର ଇମୋଜି ଯଥା…
ଡକ୍ଟର ଡ୍ରେସ, ବଲ, ବାସକେଟ, ବ୍ରୁମ, ପିନ, ଲୋସନ, ସଲ୍ଟ, କପ କେକ ଇତ୍ୟାଦି ଇମୋଜି ଆପଣ ପଠାଇପାରିବେ । ତେବେ ମୋବାଇଲ କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ପାଇଁ ଏପରି ସୂଚନା ମିଳିବା ପରେ ଗ୍ରାହକମାନେ ନିଜର ଖୁସି ଜାହିର କରିଛନ୍ତି ।