ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଶଶିକଳା ! ଆଜି ଏନେଇ ବସିବ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

37

କନକ ବ୍ୟୁରୋ: ଶଶିକଳା ହୋଇପାରନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ । ଆଜି ଏନେଇ ଏଆଏଡିଏମକେ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟମନ୍ତ୍ରୀ ପନିର ସେଲଭମଙ୍କ ସ୍ଥାନରେ ଶଶିକଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକ ପରେ ଏହା ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରି ଶଶିକଳାଙ୍କ ହାତରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ସମ୍ପାଦକ ଦାୟିତ୍ୱ ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳର ପ୍ରମୁଖ ନେତା ମାନେ ୬୧ ବର୍ଷିୟ ଶଶିକଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେଣୁ ଏଥିରେ ଅଧିକ ବିଳମ୍ବ ହେବ ନାହିଁ ବୋଲି କେତେକ ବରିଷ୍ଠ ମନ୍ତ୍ରୀ କହିଛନ୍ତି ।