୨୦୧୯ ପାଇଁ ମୋଦିଙ୍କ ଦୃଢୋକ୍ତି : କହିଲେ, ମହାମେଂଟ ଏକ ବିଫଳ ପ୍ରୟାସ, ଲୋକେ ଚାହୁଁଛନ୍ତି ଦୃଢ ସରକାର

33

କନକ ବ୍ୟୁରୋ: ୨୦୧୯କୁ ନେଇ ମୋଦିଙ୍କ ଦୃଢୋକ୍ତି । ମହାମେଂଟ ଏକ ବିଫଳ ପ୍ରୟାସ । ୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ସାଧାରଣ ନିର୍ବାଚନରେ ଆମେ ଆହୁରି ଅଧିକ ସଂଖ୍ୟାରେ ବିଜୟ ଲାଭ କରି କ୍ଷମତାକୁ ଆସିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏକ ଗଣମାଧ୍ୟମକୁ ଇମେଲ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ୨୦୧୪ ତୁଳନାରେ ବିଜେପି ଆହୁରି ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି । ଏହା ସହ ବିରୋଧିଙ୍କ ମହାମେଂଟକୁ ଏକ ଫେଲ୍ ଆଇଡିଆ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ ଲୋକ ଏକ ଦୃଢ ଏବଂ ସଶକ୍ତ ସରକାର ଚାହୁଁଛନ୍ତି । ଏହା ସହ ଭିଡତନ୍ତ୍ର ନେଇ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି ମୋଦି । ସେ କହିଛନ୍ତି ଯେ ଭିଡତନ୍ତ୍ର ଏକ ଅପରାଧ । ତାଙ୍କ ସରକାର ଏପରି କୌଣସି ଅପରାଧକୁ ପ୍ରଶ୍ରୟ ଦେବନାହିଁ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।