ଭାରତ ବିରୁଦ୍ଧରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ : କହିଲେ, ନିର୍ବାଚନୀ ପ୍ରସଙ୍ଗ ହୋଇଥିବାରୁ ପାକିସ୍ତାନ ସହ ଶାନ୍ତିବାର୍ତ୍ତାକୁ ପ୍ରତ୍ୟାଖ୍ୟାନ କରିଥିଲା ନୂଆଦିଲ୍ଲୀ

35

କନକ ବ୍ୟୁରୋ : ଭାରତବିରୁଦ୍ଧରେ ପୁଣି ବିଷୋଦଗାର କଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଭାରତ ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇମ୍ରାନ୍ ମୁହଁ ଖୋଲିଥିବା ବେଳେ ସେ କହିଛନ୍ତି ଶାନ୍ତି ବାର୍ତା ଭାରତ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ କାରଣ ରହିଛି । ଆଗକୁ ୨୦୧୯ ମସିହାରେ ହେବାକୁ ଥିବା ନିର୍ବାଚନରେ ପାକିସ୍ତାନ ଏକ ରାଜନୈତିକ ପ୍ରସଙ୍ଗ ହୋଇ ଥିବାରୁ ନୂଆଦିଲ୍ଲୀ ଶାନ୍ତିବାର୍ତ୍ତା ଅଗ୍ରାହ୍ୟ କରିଥିବା ଇମ୍ରାନ୍ କହିଛନ୍ତି ।

ରିୟାଦରେ ଭବିଷ୍ୟତ ପୁଂଜିନିବେଶ ଶୀର୍ଷକ ଏକ ଆଲୋଚନାଚକ୍ରରେ ସେ ଏହି ବିବୃତି ରଖିଛନ୍ତି । ତେବେ ନିର୍ବାଚନ ପରେ ସେ ଭାରତ ଆଡ଼କୁ ପୁଣିଥରେ ବନ୍ଧୁତାର ହାତ ବଢ଼ାଇବେ ବୋଲି କହିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇମ୍ରାନ ଚିଠି ଲେଖି ଶାନ୍ତିବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତେବେ ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ସମ୍ଭବ ନୁହଁ ଦର୍ଶାଇ ଭାରତ ଆଲୋଚନାରୁ ଓହରିଯାଇଥିଲା । ଏବେ ଇମ୍ରାନ ଭାରତ ସହ ପୁଣି ଥରେ ଶାନ୍ତି ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ।