ଆସୁଛି ‘ଏତରାଜ’ର ସିକ୍ୱେଲ ! ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ବଲିଉଡରେ ନଜର ଆସିବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

51

ବଲିଉଡ଼ ହେଉ କି ହଲିଉଡ଼ ସବୁଠି ଦେଖିବା ପାଇଁ ମିଳିଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଲୱା । ଅଭିନୟ ସହ ସେ ଗୀତ ଗାଇ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ହଟ୍ ଲୁକ୍ ଓ ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଅଛନ୍ତି । ଏବେ ସେ ହଲିଉଡ଼ରେ ବେଶ୍ ସକ୍ରିୟ ଅଛି । ବେଶ କିଛି ଦିନରେ ପରେ ବଲିଉଡ଼କୁ ଫେରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏତରାଜର ସିକ୍ୱେଲରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା । ଏତରାଜରେ ନେଗେଟିଭ ରୋଲରେ ଆସିସାରିଥିବା ପ୍ରିୟଙ୍କା, ନିର୍ଦ୍ଦେଶକ ଆବାସ-ମସ୍ତାନ ଓ ର୍ନିମାତ ସୁଭାଷ ଘାଇଙ୍କ ରୋମାଣ୍ଟିକ ଥ୍ରୀଲର ସିନେମାରେ ପୁଣି ଦେଖିବାକୁ ମିଳିବେ । ଏହି ଭୂମିକାରେ ନିଖୁଣ ଅଭିନୟ କରି ପ୍ରଂଶସାର ପାତ୍ର ହୋଇଥିଲେ ।

ଆଜିକାଲି ପ୍ରିୟଙ୍କା ଚୋପଡା ଇଣ୍ଟରନ୍ୟାଶନାଲ ପୋଜେକ୍ଟସରେ ବ୍ୟସ୍ତ ଅଛନ୍ତି । ତାଙ୍କର ଆଗାମୀ ଆମେରିକୀୟ ଟିଭି ଶୋ ‘ କ୍ୱାଣ୍ଟିକୋ ’ର ତୃତୀୟ ସଂସ୍କରଣର ଶୁଟିଂରେ ସେ ବ୍ୟସ୍ତ ଥିଲେ ମଧ୍ୟ ଏହି ସିନେମା ପାଇଁ ସେ ଉତ୍ସାହିତ ଅଛନ୍ତି । ଅନ୍ତର୍ଜାତୀୟ କ୍ଷେତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ଅଭିନେତ୍ରୀଙ୍କ ମଧ୍ୟରେ ସେ ଜଣେ । ‘ କ୍ୱାଣ୍ଟିକୋ’ରୁ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରି ‘ବେୱାଚ’ ଭଳି ସିନେମା ତଥା ମ୍ୟୁଜିକ ଆଲବମରେ ଅତି ନିଖୁଣ ପ୍ରଦର୍ଶନ କରି ପ୍ରସିଦ୍ଧି ଳାଭ କରିଛନ୍ତି । ଆଗକୁ ସେ ‘ଏ କିଡ ଲାଇକ ଜେକ’ରେ ନଜର ଆସିବେ । ଏହା ସହିତ ଇଜଣ୍ଟ ଇଟ୍ ରୋମାଣ୍ଟିକ ର ଶୁଟିଂ ମଧ୍ୟ କରୁଛନ୍ତି ।

୨୦୦୪ ରେ ଆସିଥିବା ‘ଏତରାଜ’ରେ ସେ ଅକ୍ଷୟ କୁମାର ଓ କରିନା କପୁରଙ୍କ ସହ ପ୍ରିୟଙ୍କା ନଜର ଆସିଥିଲେ । ଦର୍ଶକ ତାଙ୍କୁ ଏଥିରେ ମୂଖ୍ୟ ଭୂମିକାରେ ଦେଖିବେ । ସୂଚନାଯୋଗ୍ୟ, ଏହି ସିନେମାର କାହାଣୀ ଓ ଟାଇଟଲ ସଂପୂର୍ଣ୍ଣ ନୂଆ । ସୁଭାଷ ଘାଇ ଏହି ବିଷୟରେ ପ୍ରିୟଙ୍କାଙ୍କ ସହ କଥା ହୋଇସାରିଛନ୍ତି । ପ୍ରିୟଙ୍କା ମଧ୍ୟ ତାଙ୍କ ବିଚାରକୁ ପ୍ରଶଂସା କରିବା ସହ ପସନ୍ଦ କରିଛନ୍ତି । ପୁଣି ଥରେ କାମ କରିବାକୁ ଯାଉଥିବାରୁ ସେ ଖୁସି ।