କୁପୋଷଣ ନୁହେଁ ମୋଟାପଣ ହୋଇପାରେ ଆମ ଦେଶର ଅନ୍ୟ ଏକ ବଡ ସ୍ୱାସ୍ଥ୍ୟ ସଂକଟ : ପଢ଼ନ୍ତୁ ଆଶ୍ଚର୍ଯ୍ୟଜନକ ତଥ୍ୟ

53

କୁପୋଷଣ ମାମଲାରେ ୨୬ ମିଲିୟନ ପିଲାଙ୍କ ସହ ଭାରତ ବିଶ୍ୱର ସବୁଠାରୁ ବଡ ଦେଶ ଯେଉଁଠି ପିଲାମାନେ ଉଚ୍ଚତା ଅନୁପାତରେ କମ୍ ଓଜନ ବିଶିଷ୍ଟ ଅଛନ୍ତି । ଅନ୍ୟ ରୋଚକ ତଥ୍ୟ ଏହା ଯେ, ପିଲାଙ୍କ ଠାରେ ଦେଖା ଦେଉଥିବା ମୋଟାପଣ ହିସାବରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି । ଆକଳନ ହିସାବରେ ଚୀନ ୧୫.୩ ମିଲିୟନ ମୋଟାପଣ ସହ ଲଢ଼ୁଥିବା ପିଲାଙ୍କ ସହିତ ଦୁନିଆରେ ଏକ ନମ୍ବରରେ ଅଛି । ସେଇଠି ଭାରତ ବି ୧୪.୪ ମିଲିୟନ ସଂଖ୍ୟା ସହିତ ଏହି ମାମଲାରେ ଅଧିକ ପଛରେ ନାହିଁ । ବର୍ଷ ୧୯୮୦ ଏବଂ ୨୦୧୫ ମଧ୍ୟରେ ଭାରତର ପିଲାଙ୍କ ଠାରେ ମୋଟାପଣ ବଢ଼ି ଦୁଇଗୁଣ ଏବଂ ବୟସ୍କଙ୍କ ଠାରେ ୩ଗୁଣ ହୋଇଗଲାଣି ।

କେବଳ ଏହା ନୁହେଁ, ଦେଶରେ ୨୦୨୫ ପର୍ଯ୍ୟନ୍ତ ୨.୬ ମିଲିୟନରୁ ବି ଅଧିକ ପିଲା ମୋଟାପଣର ଶିକାର ହେବେ । ଏହା ଏକ ଏମିତି ସ୍ଥିତି ଯାହାର ନିବାରଣ ନ କରାଗଲେ, ଆଗକୁ ଏକ ଗମ୍ଭୀର ସମସ୍ୟା ଭାବେ ବଢ଼ିଚାଲିଥିବ । ଏହା ଭାରତ ପାଇଁ ଏକ ଚେତାବନୀ ଯେ ଏବେ ଆମକୁ ପର୍ଯ୍ୟାପ୍ତ ପୋଷଣ ସହ ସଠିକ୍ ପୋଷଣ ଉପରେ ବି ଧ୍ୟାନ ଦେବାକୁ ପଡିବ । ବଢ଼ୁଥିବା ମୋଟାପଣ ହୃଦୟ ରୋଗ, ରକ୍ତ ଶର୍କରା ଏବଂ କିଛି ମାମଲାରେ କ୍ୟାନସର ଭଳି ରୋଗର ବିପଦ ସୃଷ୍ଟି କରେ । ଲଗାତାର କରାଯାଉଥିବା ଗବେଷଣାରୁ ଜଣାପଡୁଛି ଯେ ଭାରତୀୟଙ୍କ ଠାରେ ଅନ୍ୟ ଦେଶ ମୁକାବିଲାରେ ଅଧିକ ଫ୍ୟାଟ୍ ଓ କମ୍ ମାଂସପେଶୀ ଅଛି ।

ଏହାକୁ ରୋକିବା ପାଇଁ ସ୍କୁଲ ଆଖପାଖ ଅଂଚଳରେ ଜଙ୍କ ଫୁଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ । ଏହା ବ୍ୟତୀତ ଜଙ୍କ ଫୁଡ୍ ଉପରେ ଟ୍ୟାକ୍ସ ଦର ବୃଦ୍ଧି କରି ନିମ୍ନ ଆୟ ବର୍ଗ ଲୋକଙ୍କୁ ସୁସ୍ଥ ଜୀବନ ବଂଚିବା ପାଇଁ ଉତ୍ସାହିତ କରାଯାଇପାରିବ । ଏହା ସହିତ ଆମକୁ ମୋଟାପଣ ଏବଂ କୁପୋଷଣ ଉପରେ ଧ୍ୟାନ ଦେବା ଜରୁରୀ ।