କଂଗ୍ରେସ ଅଧ୍ୟକ୍ଷଙ୍କ ନାମରେ ମାନହାନୀ ମୋକଦ୍ଦମା ! ନିର୍ବାଚନୀ ପ୍ରଚାର ସମୟରେ ଚୌହାନ ପରିବାରକୁ କରିଥିଲେ ଆକ୍ଷେପ !
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାମରେ ମାନହାନୀ ମାମଲା ଦାୟର କରିବେ ମଧ୍ୟ-ପ୍ରଦେଶ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମରେ ମାନହାନୀ ମାମଲା ଦାୟର କରିବେ ମଧ୍ୟ-ପ୍ରଦେଶ ମୁଖ୍ୟମନ୍ତ୍ରୀ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବା ସହ ପରିବାରର ମାନହାନୀ ପାଇଁ ଅପପ୍ରଚାର କରିଥିବାରୁ ସେ ଏପରି କରିବେ ବୋଲି ସୂଚନା ଦେଇଛନ୍ତି ଶିବରାଜ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ‘ମାମା’ ଭାବେ ପରିଚିତ। ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଓ ତାଙ୍କ ପୁଅ କାର୍ତ୍ତିକେୟ ବ୍ୟାପମ୍ ପରି ବିଭିନ୍ନ ସ୍କାମରେ ସମ୍ପୃକ୍ତ। ନିକଟରେ ଦୁଇଦିନିଆ ମଧ୍ୟପ୍ରଦେଶକୁ ନିର୍ବାଚନ ପ୍ରଚାରରେ ଯାଇଥିବା ରାହୁଲ ଗାନ୍ଧୀ ଝାବୁଆଠାରେ ଏକ ନର୍ବାଚନୀ ସଭାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ଦୁର୍ନୀତି ମାମଲାରେ ଟାର୍ଗେଟ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଗାନ୍ଧୀ ସିଧାସଳଖ ଶିବରାଜ ଚୌହାନଙ୍କ ନାମ ନ ନେଇ ‘ମାମାଜୀ’ ଶବ୍ଦ ବ୍ୟବହାର କରିଥିଲେ। ଶ୍ରୀ ଗାନ୍ଧୀ କହିଥିଲେ ଯେ ମାମାଜୀଙ୍କ ପୁଅଙ୍କ ବ୍ୟପମ୍ ଓ ପାନାମା ଲିଷ୍ଟରେ ନା ଆସିଛି। ମାତ୍ର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଶ୍ରୀ ଗାନ୍ଧୀ ଅଭିଯୋଗ କରିଥିଲେ। ଏ ନେଇ ଶ୍ରୀ ଚୌହାନ ଟ୍ଵିଟର ଯୋଗେ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ନାମରେ ଜାଣିଶୁଣି ମିଥ୍ୟ। ଅଭିଯୋଗ ଗୁଡ଼ିକ ଆଣୁଛନ୍ତି। ବ୍ୟାପମ ଠାରୁ ଆରମ୍ଭ କରି ପାନାମ ପେପର ପର୍ୟ୍ୟନ୍ତ ସବୁଥିରେ ତାଙ୍କୁ ଜଡିତ କରି ରାହୁଳ ଗାନ୍ଧୀ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରୁଛନ୍ତି। ତେଣୁ ସେ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ । ଏହାସହ ଆଇନ ତା ବାଟରେ ଯିବ ବୋଲି ଶ୍ରୀ ଚୌହାନ ଚେତାବନୀ ଦେଇଛନ୍ତି। ତେବେ ଏପରି ଖବର ଜଣାପଡିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିବା ସହ ରାଜନୈତିକ ଉଷ୍ମତା ମଧ୍ୟ ବଢିଥିବା ଜଣାପଡିଛି ।