ଗର୍ଜିଲେ ସେନାପତି, ତାତିଲା ଗେରୁଆ କ୍ୟାମ୍ପ! ଶାହା କଲେ ଡାଇରେକ୍ଟ ଆଟାକ୍, ୫ ବର୍ଷ ଦେବେ କି ଓଡିଶାବାସୀ?

566

କନକ ବ୍ୟୁରୋ : ମୋଦି ଚୁପ ଥିଲେ, ଶାହା ବର୍ଷିଲେ । ସାଲେପୁର ସଭାରେ ଉଭୟ ନବୀନ  ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଜେପି ଶିବିରରେ ଜୋଶ ଭରି ଦେଇଛନ୍ତି ଦଳୀୟ ସେନାପତି ଅମିତ ଶାହା । ବିଜେପି ଚାଣକ୍ୟଙ୍କ ଆଟାକିଙ୍ଗ ଅନ୍ଦାଜ ମଧ୍ୟ ମିଶନ-୧୨୦କୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲୁ ନଥିବା ବେଳେ ସାଲେପୁର ସଭାରେ ଶାହା କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ଆଉ ଏଭଳି ସମୟରେ ବିଜେପି ସେନାପତି ଉଭୟ ବିଜେଡି ଓ କଂଗ୍ରେସ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ଗେରୁଆ କ୍ୟାମ୍ପକୁ ତତାଇଛନ୍ତି ।

amit saha criticized naveen୨୦୧୯ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଶାହା ଚିରାଚରିତ ଢଙ୍ଗରେ ସିଧାସଳଖ କଂଗ୍ରେସ ଓ ବିଜେଡି ଉପରେ ହମଲା କରିଛନ୍ତି । ଅମିତ ଶାହା ପୁରୁଣା ପାଠର ପୁନରାବୃତ୍ତି କରିବା ସହ ୨୦୧୯ରେ ୧୯ ବର୍ଷର ସରକାରକୁ ସମାପ୍ତ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ଆଗାମୀ ନିର୍ବାଚନରେ ଓଡିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ନିର୍ବାଚିତ କରିବା ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଛନ୍ତି ଅମିତ୍ । ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗଫର୍ଦ୍ଦ କାଢି କର୍ମୀଙ୍କ ସାମ୍ନାରେ ରଖିଛନ୍ତି ବିଜେପି ଚାଣକ୍ୟ । ବିଜେପିକୁ କ୍ଷମତାକୁ ଆଣିଲେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଶାହା କହିଥିବା ବେଳେ ଏଥିପାଇଁ ଭୋଟ ଗଣତି ଶେଷ ନ ହେବା ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ଆରାମ ନ କରିବାକୁ ଆହ୍ୱାନ ଦେଇଛନ୍ତି ।

ଆଉ ଓଡିଶା ପାଇଁ ଅମିତ ଶାହାଙ୍କ ଏଭଳି ଷ୍ଟ୍ରାଟେଜି ଦେଖି ବିଜେପି ଶିବିର ମଧ୍ୟ ବେଶ ଉତ୍ସାହିତ । ତେବେ ରାଜ୍ୟ ସରକାରଙ୍କୁ ନେଇ ଶାହାଙ୍କ ଡାଇରେକ୍ଟ ଆଟାକ ପରେ ଓଡିଶାରେ ବିଜେପିର ଭାଗ୍ୟ ବଦଳିବ କି । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତ ମାସରେ ୩ ଥର ବିଜେପିର ଶୀର୍ଷ ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କୁ ଡାଇରେକ୍ଟ ଆଟାକ କରିବାକୁ ଯେମିତି ସାହସ ଜୁଟାଇ ପାରିନଥିଲେ । ଯାହାକୁ ତୃଣମୂଳ ସ୍ତରରେ କର୍ମୀ ମାନେ ନାପସନ୍ଦ କରିଥିବା ବେଳେ ଏହା ଗେରୁଆ କ୍ୟାମ୍ପର କର୍ମୀ ମାନଙ୍କ ମନୋବଳ ଭାଙ୍ଗି ଦେଇଥିଲା ।

amit sahaଆଉ ଶୀର୍ଷ ନେତୃତ୍ୱଙ୍କ ଏଭଳି ଷ୍ଟ୍ରାଟେଜି ଦେଖି ବିଜେପିର ମିଶନ-୧୨୦ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । କେବଳ ପୋଷ୍ଟରରେ ମିଶନ-୧୨୦ ନାରାର ଝଲକ ଦେଖିବାକୁ ମିଳୁଥିବା ବେଳେ କର୍ମୀ ମାନେ ଯେପରି ଏହାକୁ ମନରୁ ପାଶୋରି ଦେଇଥିଲେ । ଲାଗୁଥିଲା ସତେଯେମିତି ବିଜେପିର ମିଶନ-୧୨୦ ଶୀତଳ ଭଣ୍ଡାରକୁ ଚାଲି ଯାଇଛି । ଏଭଳି ସମୟରେ ଅମିତ ଶାହାଙ୍କ ବୟାନ ପୁଣିଥରେ ମିଶନ-୧୨୦କୁ ବଳ ଯୋଗାଇଛି । ଆଉ ଓଡିଶା ପାଇଁ ଅମିତ ଶାହାଙ୍କ ଏଭଳି ଷ୍ଟ୍ରାଟେଜି ଦେଖି ବିଜେପିର ସ୍ଲିପର ସେଲ ସୈନିକ ମାନେ ଏବେ ଆକ୍ଟିଭ ମୋଡକୁ ଚାଲି ଆସିଛନ୍ତି ।

ସବୁଠୁ ବଡ କଥା ହେଲା, ନିଜ ଭାଷଣରେ ପଞ୍ଚାୟତ ନିର୍ବାଚନ କଥା କର୍ମୀ ମାନଙ୍କୁ ମନେ ପକାଇ ଦେଇଛନ୍ତି ଶାହା । ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଭଳି ଭାବେ ସଫଳତା ପାଇଥିଲା ତାହାର ରିପଟି କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାଛଡା ହିନ୍ଦୀଭାଷା ରାଜ୍ୟରେ ବିଜେପି ଯେଉଁ କ୍ଷତି ସହିଛି ତାହାର ଭରଣା ପୂର୍ବ ଭାରତରେ କରିବାକୁ ଯୋଜନାରେ ରହିଛନ୍ତି ବିଜେପି ଚାଣକ୍ୟ । ଆଉ ଏହି କ୍ରମରେ ବିଜେପି କମାଣ୍ଡରଙ୍କ ଫୋକସରେ ଏବେ ରହିଛି ଓଡିଶା । ଆଉ ଏହାର ଝଲକ ଅମିତ ଶାହାଙ୍କ ଭାଷଣରେ ଦେଖିବାକୁ ମିଳିଛି । ଶାହାଙ୍କ ଭାଷଣ କେବଳ ବିଜେପି ଶିବିରକୁ ଉତ୍ସାହିତ କରିନି ବରଂ କର୍ମୀ ମାନଙ୍କ ମନରେ ଯୁଦ୍ଧ ଜିତିବା ପାଇଁ ଜୋଶ ଭରି ଦେଇଛି । ତେଣୁ ଆଗାମୀ ଦିନରେ ଶାହାଙ୍କ ଏହି ଗୁରୁମନ୍ତ୍ର ବିଜେପିକୁ ନିର୍ବାଚନୀ ଯୁଦ୍ଧରେ କେତେ ଫାଇଦା ଦେଉଛି ତାହା ଦେଖିବା ବାକି ରହିଲା ।