ହୁ ହୁ ହୋଇ ଜଳୁଛି ଜଙ୍ଗଲ ! ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ବିପଦରେ ବନ୍ୟଜନ୍ତୁ

36

କନକ ବ୍ୟୁରୋ : ହୁ ହୁ ହୋଇ ଜଳୁଛି ଜଙ୍ଗଲ । ସମ୍ବଲପୁର ସହର ମଧ୍ୟରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୭ଟିରୁ ଉଦ୍ଧ୍ୱର୍ ସ୍ଥାନରେ ଜଙ୍ଗଲ ପୋଡି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଡିଅରପାର୍କ ଅଂଚଳ, ପାନ୍ଥନିବାସ, ବୁଢ଼ାରଜା ପାହାଡ଼ ଓ ବୁର୍ଲା ଅଂଚଳରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି ।

ତେବେ ଗଛର ପତ୍ର ଝଡ଼ିଥିବା ଏବଂ ଆଖ ପାଖ ଅଂଚଳରେ ଶୁଖିଲା ଘାସ ସହ ସୁଖିଲା ପତ୍ର ପଡ଼ି ରହିଥିବାରୁ କେହି ଏଠାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ନିଆଁ ଏପରି ଭାବେ ଲାଗିଛିଯେ ତଳ ପଟୁ ନିଆଁ ଜାଇ ପହଚିଂଛି ପାହାଡ଼ ଉପରକୁ । ତେବେ ନିଆଁର ତାତି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଜଙ୍ଗଲ ସୁରକ୍ଷା ପାଇଁ ଯେଉଁ ଭଳି ପଦକ୍ଷେପ ନିଆଯିବା କଥା ସେଭଳି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ‘ଫୟାର ଲାଇନ ତିଆରି କରାଯାଉଛି । ପତ୍ର ଝଡ଼ା ସମୟ ଆରମ୍ଭରୁ ବନବିଭାଗର ଏକ ସ୍ୱତନ୍ତ୍ର ଦଳ ଏଥତ୍ପାଇଁ ନିୟୋଜିତ କରାଯାଇଥିବା କଥା ଡିଏଫଓ କହୁଥିବାବେଳେ ତେବେ ନିଆଁ କିପରି ଜଳୁଛି ତାକୁ ନେଇ ଉଠୁଛି ପ୍ରଶ୍ନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-