ଭୁବନେଶ୍ୱରରେ ବାଘ ଆତଙ୍କ । ଆଉ କିଛି ସମୟ ପରେ ଆରମ୍ଭ ହେବ ଅପରସେନ ଲିଓପାର୍ଡ, ଭୁବନେଶ୍ୱର ବିମାନବନ୍ଦର ପାଖ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ବାଘ ବୁଲୁଛି ରାଜଧାନୀରେ

92

କନକ ବ୍ୟୁରୋ : ବାଘ ବୁଲୁଛି ରାଜଧାନୀରେ । ବାଘ ଧରିବାକୁ ଆରମ୍ଭ ହେବ ଅପରେସନ ଲିଓପାର୍ଡ । ନନ୍ଦନକାନନରୁ ଆସି ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ଜନ୍ତା ସହ ପହଚିଂଛନ୍ତି । ଗତକାଲି ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଂଚଳର ଲୋକ ଆତଙ୍କିତ ହୋଇପଡିଛନ୍ତି । ବାଘ ରହିଥିବା ସ୍ଥାନକୁ ଘେରିରହିଛନ୍ତି ସୁରକ୍ଷାକର୍ମୀ । ବାଘଟି ବିମାନବନ୍ଦର ନିକଟରେ ଥିବା ରିଲାନ୍ସ ଆଭିଏସନ ପାଖ ଜଙ୍ଗଲରେ ଥିବା ନେଇ ଭବନେଶ୍ୱର ରେଂଜ ଇନଚାର୍ଜ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି । ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା ସେ କହିଛନ୍ତି ।

ରାତି ସାରା ସେହି ଅଂଚଳରେ ପାଟ୍ରୋଲିଂ କରିଛି ବନ ବିଭାଗର ଟିମ୍ । ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ରାତିସାରା ଅନିଦ୍ରା ରହି ବାଘ ଖୋଜିଛନ୍ତି । ବନ ବିଭାଗର ୩ଟି ଟିମ୍ ଓ ନନ୍ଦନକାନନର ଗୋଟିଏ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।