ବଦଳିବ ସ୍ମାଟସିଟିର ରୂପରେଖ! ଭୁବନେଶ୍ୱରର ପ୍ରତି ଅଞ୍ଚଳରେ ମିଳିବ ଇଣ୍ଟରନେଟ ସୁବିଧା

27

କନକ ବ୍ୟୁରୋ: ପୁରା ଭୁବନେଶ୍ୱର ହେବ ୱାଇଫାଇ । ସ୍ମାର୍ଟସିଟିର ପ୍ରତ୍ୟେକ ଅଞ୍ଚଳରେ ମିଳିବ ୱାଇଫାଇର ସୁବିଧା । ହକି ବିଶ୍ୱକପ ପୁର୍ବରୁ ରାଜଧାନୀରେ ଏହି ସୁବିଧା ଯୋଗାଇଦେବାକୁ ବିଏମସି ପକ୍ଷରୁ ଯୋଜନା କରାଯାଇଛି । ବିଶ୍ୱକପ ପାଇଁ ରାଜଧାନୀକୁ ଦେଶବିଦେଶରୁ ୩୦ ହଜାର ଅତିଥି ଆସୁଥିବା ବେଳେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବାକୁ ରାଜ୍ୟସରକାର ଏଭଳି ପ୍ରୟାସ କରିଛନ୍ତି ।

ବିଶେଷ କରି ସହରର ୮୦ କିଲୋମିଟର ଭିତରେ ୩୦୦ଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡିଛି । ସ୍ମାର୍ଟସିଟି ସିଟି ପ୍ରୋଜେକ୍ଟରେ ୱାଇଫାଇ ସୁବିଧା ଗୋଟିଏ ପାର୍ଟ ହୋଇଥିବାରୁ ଉଭୟ ବିଏମସି ଏବଂ ବିଡିଏ ଏଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିଲାଗି ହନିୱେଲ କଂମ୍ପାନୀ ସହିତ ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଏସବୁ ବ୍ୟତୀତ ହକି ବିଶ୍ୱକପ ପୂର୍ବରୁ ପୂରା ଭୁବନେଶ୍ୱରର ରୂପରେଖ ବଦଳିବ । ରାଜଧାନୀରେ ଆହୁରି ୧୦୦ଟି ନୂଆ ସିଟିବସ ଗଡିିବ । ଏପରିକି ରାଜଧାନୀର ରାସ୍ତା କଡରେ ଥିବା କାନ୍ଥ ଗୁଡିକରେ ବିଭିନ୍ନ ଚିତ୍ର କରାଯିବ । ଯେଉଁଥିରେ ଓଡିଶାର କଳା, ଐତିହ୍ୟକୁ ସ୍ଥାନ ଦିଆଯିବ ।