ମାତ୍ର ୨ ଟଙ୍କାରେ ମିଳିବ ୱାଇଫାଇ ସେବା ! ଜିଓକୁ କଡା ଟକ୍କର ଦେବାକୁ ଷ୍ଟାର୍ଟଅପ କମ୍ପାନିର ପ୍ରସ୍ତୁତି

59

ଭାରତୀୟ ଟେଲିକମ ବଜାରକୁ ଜିଓ ଆସିବା ପରେ ପ୍ରାୟ ସମସ୍ତ କମ୍ପାନିର ନିଦ ହଜି ସାରିଛି । ଜିଓ ଲଞ୍ଚ ହେବା ପରେ ଭାରତରେ ଡାଟାର ମୂଲ୍ୟ ଶସ୍ତା ହେବାରେ ଲାଗିଛି । କିନ୍ତୁ ଜିଓକୁ ଝଟକା ଦେବାକୁ ଆସୁଛି ଆଉ ଏକ କମ୍ପାନି । ଜିଓ ଠାରୁ ମଧ୍ୟ କମ ମୂଲ୍ୟରେ ଇଣ୍ଟରନେଟ ଡାଟା ଯୋଗାଉଛି ଏହି କମ୍ପାନି । ଏହି କମ୍ପାନିର ନାଁ ହେଉଛି ୱାଇଫାଇ ଡବା ।

wifi dabbaବାଙ୍ଗାଲୋରର ଷ୍ଟାଟଅପ କମ୍ପାନି ୱାଇଫାଇ ଡବା ଏବେ ଜିଓକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି । କମ୍ପାନିର କହିବା ଅନୁଯାୟୀ, ଭାରତୀୟ ବଜାରରେ ଜିଓ ପ୍ରବେଶ କରିବା ପରେ ଡାଟା କିଛି ମାତ୍ରାରେ ଶସ୍ତା ହୋଇଛି ସତ । କିନ୍ତୁ ଏବେ ମଧ୍ୟ ଗ୍ରାହକ ଉଚିତ ମୂଲ୍ୟରେ ଡାଟାର ଲାଭ ଉଠାଇ ପାରୁନାହାନ୍ତି । ତେବେ ୱାଇଫାଇ ଡବା ଶସ୍ତାରେ ଡାଟା ଯୋଗାଇଦେବାକୁ ଆରମ୍ଭ କରିଛି ପ୍ରୟାସ । ଜିଓ ଦେଉଥିବା ଡାଟା ଅଫରକୁ ଆହୁରି କମ ମୂଲ୍ୟରେ ଯୋଗାଇଦେବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହି କମ୍ପାନି ଦେଉଥିବା ଅଫରର ସବନିମ୍ନ ମୂଲ୍ୟ ହେଉଛି ୨ ଟଙ୍କା । ଅଥାର୍ତ ମାତ୍ର ୨ ଟଙ୍କା ଦେଇ ଆପଣ ଇଣ୍ଟରନେଟ ବ୍ୟବହାର କରିପାରିବେ । ତେବେ ୨ ଟଙ୍କାରେ ମାତ୍ର ୧୦୦ ଏମବି ଡାଟା ମିଳିବ । ସେହିଭଳି କମ୍ପାନି ୧୦ ଟଙ୍କାରେ ୫୦୦ ଏମବି ଓ ୨୦ ଟଙ୍କାରେ ୧ ଜିବି ଡାଟା ଦେଉଛି । ତେବେ ଏହି ଅଫରର ବୈଧତା ମାତ୍ର ୨୪ ଘଣ୍ଟା ରହିବ ।

ଯଦି ଆମେ ଜିଓ ସହ ତୁଳନା କରିବା ତେବେ ଜିଓ ଗ୍ରାହକଙ୍କୁ ୧୯ ଟଙ୍କାରେ ୧୫୦ ଏମବିର ଡାଟା ଦେଉଛି ଯାହାର ବୈଧତା ରହୁଛି ଗୋଟିଏ ଦିନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୱାଇଫାଇ ଡବାର ଏହି ଅଫର ଗ୍ରାହକ ମାନେ ସ୍ଥାନୀୟ ଚା ଦୋକାନ ଓ ଛୋଟ ଛୋଟ ଦୋକାନରେ ପାଇ ପାରିବେ । କିନ୍ତୁ ଏବେ କମ୍ପାନୀର ଏହି ଅଫର କେବଳ ବାଙ୍ଗଲୋରରେ ଉପଲବ୍ଧ ରହିଛି । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଭାଉଚର କିଣିବାକୁ ପଡିବ । ଏହି କାର୍ଡକୁ ସ୍କ୍ରାର୍ଚ କରି କୋର୍ଡ ଡାଏଲ କରିବାକୁ ପଡିବ । ଏହାଦ୍ୱାରା କମ୍ପାନିର ପେଜ ଖୋଲିବ । ଏଠାରେ ଆପଣଙ୍କୁ ଲଗ ଇନ ଆଇଡି ଓ ପାସୱାର୍ଡ ଦେଇ ଇଣ୍ଟରନେଟର ସୁବିଧା ଉଠାଇପାରିବେ । ଡାଟା ସରିବା ପରେ ଆପଣାଛାଏଁ ଏହା ଲଗଆଉଟ ହୋଇଯିବ ।

ୱାଇଫାଇ ଡବା ଏକ ଇଣ୍ଟରନେଟଟ ପ୍ରଦାନକାରୀ ସଂସ୍ଥା । ଏହି କମ୍ପାନି ଫାଇବର ଅପଟିକ୍ସ ମାଧ୍ୟମରେ ଇଣ୍ଟରନେଟ ଯୋଗାଇଥାଏ । କମ୍ପାନି ପକ୍ଷରୁ ବିଭିନ୍ନ ସ୍ଥାନରେ ୱାଇଫାଇ ରାଉଟର ଲଗାଯାଇଥାଏ । ଏହି ରାଉଟର ମାଧ୍ୟମରେ ଗ୍ରାହକଙ୍କୁ ଇଣ୍ଟରନେଟ ସେବା ଯୋଗାଇଥାଏ କମ୍ପାନି । ଏବେ କମ୍ପାନି ବାଙ୍ଗାଲୋରର ବିଭିନ୍ନ ସ୍ଥାନରେ ୩୫୦ ରାଉଟର ଲଗାଇଛି । କମ୍ପାନିର କହିବା ଅନୁଯାୟୀ, ଏହି ଅଫରର ସୁବିଧା ପାଇବା ପାଇଁ ଏବେ ସୁଦ୍ଧା ୧୮୦୦ରୁ ଅଧିକ ରିକ୍ୱେଷ୍ଟ ମିଳିଛି । ଆଗକୁ ଏହି ଅଫର ଅନ୍ୟ ସ୍ଥାନରେ ଲାଗୁ କରାଯିବ ବୋଲି କମ୍ପାନି କହିଛି ।