ଓଲା-ଉବରକୁ ଟକ୍କର ଦେବ ନୂଆ ଟାକ୍ସି ସେବା : କିଲୋମିଟର ପ୍ରତି ଭଡ଼ା ଆଦାୟ କରିବ ମାତ୍ର ୫ ଟଙ୍କା

45

ଦେଶରେ ଓଲା ଓ ଉବରକୁ ଟକ୍କର ଦେବା ପାଇଁ ନୂଆ କମ୍ପାନୀ ମାର୍କେଟକୁ ଆସୁଛି । ଗୁଆହାଟୀର WiFi Cab ନାମକ ଏକ ଷ୍ଟାଟଅପ୍ କମ୍ପାନୀ କ୍ୟାବ ସେବା ଆରମ୍ଭ କରିବା ପାଇଁ ଯାଉଛି । କିଲୋମିଟର ପ୍ରତି ମାତ୍ର ୫ ଟଙ୍କାରେ ଭଡ଼ା ଆଦାୟ କରିବ କମ୍ପାନୀ । ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ରାଫିକ ଜାମ୍ କିମ୍ବା ରାତି ସମୟରେ ଅଧିକ ଚାର୍ଜ ଆଦାୟ କରିବ ନାହିଁ । କମ୍ପାନୀ ମୋଦି ସରକାରଙ୍କ ତରଫରୁ ଚୟନ କରାଯାଇଥିବା ୧୦୦ ସହର ମଧ୍ୟରୁ ୯୮ ସହରରେ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି ।

WiFi Cab କମ୍ପାନୀର ସିଇଓ କହିଛନ୍ତି ଆମେ ଏବେ ବଜାର ସ୍ଥିିତି ଅନୁଧ୍ୟାନ କରୁଛୁ । ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ କ୍ୟାବ ସାମିଲ କରାଯିବ ବୋଲି ସେ କହିଛନ୍ତି । ଦୁର୍ଗାପୂଜାରେ ଗୁଆହାଟୀରେ ପ୍ରଥମେ ଏହି ସେବା ଆରମ୍ଭ କରାଯିବ । ସୂଚନା ଅନୁସାରେ କମ୍ପାନୀ ଗୋଆ ଓ ପୋର୍ଟବ୍ଲେୟାରକୁ ଛାଡ଼ି ସମସ୍ତ ସ୍ମାର୍ଟ ସିଟିରେ ଏହି କ୍ୟାବ ସେବା ଆରମ୍ଭ କରିବ । ଏଥିପାଇଁ ୧୦୦ ଟି ସହରକୁ ଚୟନ କରାଯାଉଛି । ଅନ୍ୟ କମ୍ପାନୀ ତୁଳନାରେ ନିଜ ଟାକ୍ସି ସେବାକୁ ଲୋକପ୍ରିୟ କରାଇବା ପାଇଁ ୱାଇଫାଇ କ୍ୟାବ ମାତ୍ର ୫ ଟଙ୍କାରେ ପ୍ରତି କିଲୋମିଟର ଦରରେ ଭଡ଼ା ଆଦାୟ କରିବ ।

ଏହା ବ୍ୟତୀତ କମ୍ପାନୀ ଆପ୍ ଆଧାରିତ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଦାନ କରିବ । ଏବଂ ଏଥିରୁ ଏଥିରେ ମିଳୁଥିବା ଲାଭରୁ ୨ପ୍ରତିଶତ ସାମାଜିକ କାମ ପାଇଁ ଲଗାଇବେ ବୋଲି କହିଛନ୍ତି କମ୍ପାନୀର ସିଇଓ ।