ସ୍ୱାମୀଙ୍କୁ ଫେରାଇ ଆଣିବାକୁ ସ୍ତ୍ରୀର ସାଂଘାତିକ ପଦକ୍ଷେପ! ଅସୁସ୍ଥ ଶାଶୂ ଶ୍ୱଶୁରଙ୍କୁ ଘରେ ବନ୍ଧକ ରଖିଲେ ବୋହୂ

330

କନକ ବ୍ୟୁରୋ : ସ୍ୱାମୀ ପାଇଁ ବନ୍ଧକ ହେଲେ ଶାଶୁ ଶ୍ୱଶୁର । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ରଣପୁର ଥାନା ଡିହଗାଁରେ । ମାମଲା ହାଇକୋର୍ଟରେ ପହଂଚିବାପରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସ ଶାଶୁ ଶ୍ୱଶୁରଙ୍କୁ ଉଦ୍ଧାର କରିଛି । ଏବେ ରଣପୁର ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।

ରଣପୁର ଥାନା ଡିହଗାଁର ଏହି ଘରେ ବନ୍ଧକ ଅଛନ୍ତି ବୃଦ୍ଧ ଦମ୍ପତି । କନକ ନ୍ୟୁଜ କ୍ୟାମେରା ଟିମ ସତ ଜାଣିବା ପାଇଁ ସେଠାରେ ପହଂଚିବା ବେଳକୁ ଘର ଭିତର ପଟେ ଥାଇ ବୋହୁ କୁନି ରାଉତରାୟ ବାରମ୍ବାର ଚାଲିଯିବାକୁ ତାଗିଦ କରୁଥିଲେ । ତେବେ ଯୁକ୍ତିତର୍କ ପରେ ଘରର ତାଲା ଖୋଲିଥିଲା । ଆଉ ଘର ଭିତରେ ଶୂଶୁରଙ୍କୁ ଏହପରି ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖଟ ଉପରେ ଶୋଇ ରହିଥିଲେ ପାରାଲିସିସିରେ ଆକ୍ରାନ୍ତ ବୃଦ୍ଧ ରଘୁନାଥ ରାଉତରାୟ । ପାଖରେ ଥିଲେ ତାଙ୍କ ସ୍ତ୍ରୀ । ଶୁଣନ୍ତୁ କଣ ଅଭିଯୋଗ କରିଥିଲେ ରଘୁନାଥ ।

ପ୍ରକୃତ ଘଟଣା ଜାଣିବା ପାଇଁ ଜାରି ରହିଥିଲା ଆମର ଅନୁସନ୍ଧାନ । ବୁଝୁ ବୁଝୁ ଜଣାପଡିଲା ଘଟଣା ପଛର ଅସଲ କାହାଣୀ । ବୋହୁ କୁନି ରାଉତରାୟଙ୍କ ଅଭିଯୋଗ ଅନୁସାରେ ଗତ ୨ବର୍ଷ ତଳେ ସ୍ୱାମୀଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରି ବାପଘରକୁ ଚାଲିଯାଇଥିଲେ କୁନି ରାଉତରାୟ । ତେବେ ଗାଁରେ ପଂଚାୟତ ବସି କୁନିଙ୍କୁ ଶାଶୁଘରେ ଥଇଥାନ କରାଯାଇଥିଲା । ହେଲେ ଚିକିତ୍ସା ପାଇଁ ବୃଦ୍ଧ ଦମ୍ପତିଙ୍କୁ ବାହାରକୁ ଛାଡିନଥିଲେ କୁନି । କୁନିଙ୍କ ଯୁକ୍ତି ସ୍ୱାମୀ ଘରକୁ ଆସନ୍ତୁ ତାପରେ ଯାଇ ଯାହା ହେବ । ସେପଟେ ରଘୁନାଥଙ୍କ ଝିଅ ବୃଦ୍ଧ ଦମ୍ପତିଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ ନେଇ ପୋଲିସ ପାଖରେ ପହଂଚିଥିଲେ ।

ରଣପୁର ଥାନା ଅଧିକାରୀ ଆଜି ଏହି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ରଣପୁର ହସ୍ପିଟାଲରେ ଭର୍ତି କରିଛନ୍ତି । ସେପଟେ ସ୍ୱାମୀଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ ।