ୱାଇଫ୍ ସ୍ୱାପିଂ ମାମଲା : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ପୁଅ ସବ୍ୟସାଚୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ୍

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ଶିଳ୍ପପତି ତ୍ରଲୋକ୍ୟ ମିଶ୍ରଙ୍କୁ ଆଗୁଆ ଜାମିନ ମିଳିଛି । ତ୍ରଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ବି ହାଇକୋର୍ଟ ଆଗୁଆ ଜାମିନ ଦେଇଛନ୍ତି । ୨୦ ହଜାର ଟଙ୍କା  ଓ ଜଣେ ଜାମିନଦାରଙ୍କ ମୁଚଲିକାରେ ତାଙ୍କୁ ଜାମିନ ମିଳିଛି ।

ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅଙ୍କ ନାଁରେ ବୋହୁ ଲୋପାମୁଦ୍ରା ୱାଇଫ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସଂଗୀନ ଅଭିଯୋଗ ଆଣିଥିଲେ । ବିବାହପର ଠାରୁ ତାଙ୍କୁ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମାରୁଥିବା ଓନେଇ ଲିଖିତ ଅଭିଯୋଗ କରିଥିଲେ । ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ଗୁଣ୍ଡା ପଠାଇ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଧମକ ଚମକ ଦେଉଥିବା ଅଭିଯୋଗ କରିିଥିଲେ ଲୋପାମୁଦ୍ରା।