ପତ୍ନୀ ମୃତ୍ୟୁ ଅଭିଯୋଗରେ ଜେଲ ଯାଇଥିଲେ ସ୍ୱାମୀ ଓ ଦେଢଶୂର । ୫ ବର୍ଷ ପରେ ପ୍ରେମିକ ସହ ଫେରିଲା ମୃତ ପତ୍ନୀ ।

37

କନକ ବ୍ୟୁରୋ : ପାଂଚ ବର୍ଷ ତଳେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗରେ ସ୍ୱାମୀ, ଦେଢଶୁର ଜେଲ ଯାଇଥିଲେ । ଝିଅ ବାପାର ଅଭିଯୋଗ ପରେ ୨୦୧୩ ମସିହାରେ ଉଭୟଙ୍କୁ ଜେଲ ଯିବାକୁ ପଡିଥିଲା । ମାତ୍ର ଏବେ ୫ ବର୍ଷ ପରେ ମୃତ ପତ୍ନୀ ୨୦ ବର୍ଷିୟ ପ୍ରେମିକା ସହ ଫେରିଛି ଘରକୁ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ଅଂଚଳରେ । ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ରାଜନଗର ଥାନା ଖଣ୍ଡେଇପଡା ଗାଁର ଘନଶ୍ୟାମ ମଳିକଙ୍କ ପୁଅ ମୀନକେତନ ପଟ୍ଟାମୁଣ୍ଡାଇ ତେରୋହି ଗାଁରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । କିନ୍ତୁ ୨୦୧୩ ମସିହାରେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗରେ ସ୍ୱାମୀ ମୀନକେତନ ଓ ଦେଢଶୁର ମାଧବ ଜେଲ ଯାଇଥିଲେ ।

୩ ମାସ ଜେଲରେ ରହିବା ପରେ ଏବେ ସେମାନେ ଜାମିନରେ ଅଛନ୍ତି । ସଂପୃକ୍ତ ମହିଳା ଏବେ ୨୦ ବର୍ଷିୟ ପ୍ରେମିକା ସହ ଗାଁକୁ ଫେରିଛି । ଉଭୟଙ୍କୁ ଆଣି ପୋଲିସ ପଚରାଉଚରା କରୁଛି । ସଂପୃକ୍ତ ମହିଳା ଥାନାରେ ପୁଅ ଓ ସ୍ୱାମୀକୁ ଚିହ୍ନିନଥିବା କହିଛନ୍ତି ।