ସ୍ୱାମୀଙ୍କୁ ପ୍ରେମିକା ସହ ଫେରାର୍ ହେବା ଦେଖି ସୁପରମ୍ୟାନ୍ ପାଲଟିଗଲେ ପତ୍ନୀ ! କେମିତି ଧରିଲେ ଦେଖନ୍ତୁ ଏହି ଭିଡିଓରେ

20

ଜଣେ ମହିଳା ନିଜର ସବୁକିଛି ବାଂଟିପାରେ, ହେଲେ ସିନ୍ଦୁର ଉପରେ ଅଧିକାର କେବଳ ତାର ହିିଁ ଥାଏ । ଆଉ ଏହାର ଏକ ଉଦାହରଣ ଆସିଛି ସାମ୍ନାକୁ । ସ୍ୱାମୀ ନିଜ ପ୍ରେମିକାକୁ କାରରେ ଧରି ଫେରାର୍ ହେଉ ଥିବାର ଦେଖି ସୁପରମ୍ୟାନ୍ ପାଲଟି ଯାଇଥିଲେ ପୀଡିତା ପତ୍ନୀ । ଆଉ ନିଜ ଜୀବନକୁ ଖାତିର୍‌ ନ କରି ସ୍ୱାମୀ ଚଳାଉଥିବା କାର ସାମ୍ନାକୁ ଡେଇଁ ପଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୀଡିତାଙ୍କ ସ୍ୱାମୀ କାର ଅଟକାଇବା ବଦଳରେ ଦ୍ରୁତଗତିରେ ଚଳାଇବାକୁ ଲାଗିଥିଲେ । କାରଣ ସେ ଡରି ଯାଇଥିଲେ ଯଦି ସେ କାର୍‌ ଅଟକାନ୍ତି ତେବେ ପତ୍ନୀ ସର୍ବସମ୍ମୁଖରେ ହଙ୍ଗାମା କରିଦେବେ।

ତେବେ ପୀଡିତା ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କାର୍‌ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଯେମିତି କାର୍‌ ଅଟକିଲା ପୀଡିତା ସ୍ୱାମୀଙ୍କ ପ୍ରେମିକାକ ମାରଧର କରିବା ଆରମ୍ଭ କରି ଦେଇଥିଲେ । ଆଉ ଏ ସଂପୂର୍ଣ୍ଣ ଘଟଣାକୁ ସ୍ଥାନୀୟ ଲୋକମାନେ କ୍ୟାମେରାରେ କଏଦ କରି ନେଇଥିଲେ।

ଏହା ସହ ପଢନ୍ତୁ ପବିତ୍ର ସଂପର୍କରେ ପାପର ଛିଟା ! ପତ୍ନୀଙ୍କ ସାମ୍ନାରେ ଦେହଜୀବୀ ସହ ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ