କୋଳରେ ଦେଢବର୍ଷର ଝିଅକୁ ଧରି କାନ୍ଦିଲେ ସହିଦଙ୍କ ପତ୍ନୀ ! କହିଲେ,କେହି କିଛି କରିପାରିବେନି କାଲିବି ଯବାନ୍ ସହିଦ୍ ହେଉଥିଲେ ଆଜି ବି ହେଉଛନ୍ତି କିନ୍ତୁ ଜୀବନସାରା ଦୁଃଖ ଭୋଗୁଛନ୍ତି ପରିବାର ।

1,231

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେବରିୟାର ଜଣେ ଯବାନ ବିଜୟ କୁମାର ମୋର୍ଯ୍ୟ ସହିଦ୍ ହୋଇଯାଇଛନ୍ତି । ଯେତେବେଳେ ଏହି ଦୁଃଖଦ ଖବର ତାଙ୍କ ଗ୍ରାମରେ ପହଂଚିଲା ଗାଁରେ କନ୍ଦାକଟା ହେବା ଆରମ୍ଭ ହୋଇଗଲା । ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବିଶ୍ୱାସ କରିପାରୁନାହାନ୍ତି ସହିଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ । ସହିଦ୍ ହେବା ଖବର ଆସିବା ପରେ କୁନି ଝିଅକୁ କୋଳରେ ନେଇ ବାହୁନି କାନ୍ଦୁଛନ୍ତି ପତ୍ନୀ । ସେ କହିଛନ୍ତି ପାକିସ୍ତାନକୁ ଏହି କାପୁରୁଷତା ପାଇଁ ଉଚିତ୍ ଜବାବ୍ ଦିଆଯାଉ । ପାକିସ୍ତାନ ଉଡାଇ ଦିଆଯାଉ । ସରକାର କଡା ପଦକ୍ଷେପ ନିଅନ୍ତୁ ।

ବୁଢା ବାପାଙ୍କୁ ପୁଅର ଦେଶପ୍ରତି ବଳିଦାନ ପାଇଁ ଗର୍ବ ରହିଛି । କିନ୍ତୁ ସେ ଏଭଳି ଘଟଣାରେ ଆକ୍ରୋଶରେ ବି ରହିଛନ୍ତି । ତାଙ୍କ କହିବା ଅନୁସାରେ ରକ୍ତର ପ୍ରତିଶୋଧ ରକ୍ତରେ ହେଉ , ପାକିସ୍ତାନକୁ କଡା ଜବାବ୍ ମିଳୁ । ଏହା ପୂର୍ବରୁ ମଧ୍ୟ ବିଜୟ କୁମାର ମୋର୍ଯ୍ୟଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କେହି କିଛି ବି କରିପାରିବେ ନାହିଁ । ଆଗରୁ ମଧ୍ୟ ଯବାନ୍ ସହିଦ୍ ହେଉଥିଲେ ଏବେ ବି ଯବାନ୍ ସହିଦ୍ ହେଉଛନ୍ତି । କାହାର କିଛି ଯିବନାହିଁ କିନ୍ତୁ ଜୀବନସାରା ଏହି ଦୁଃଖକୁ ଆମକୁ ହିଁ ଉଠାଇବାକୁ ପଡିବ ।

ଅନ୍ୟପକ୍ଷରେ ଏହି ଖବର ମିଳିବା ପରେ ଗାଁର ଲୋକମାନେ ସହିଦଙ୍କ ଘର ବାହାରେ ଜମା ହୋଇଗଲେ । ଲୋକମାନେ ପାକିସ୍ତାନ ବିରୋଧରେ ନାରା ଲଗାଇଲେ । ସହିଦଙ୍କ ପିତା କହିଲେ ଯେ ବିଜୟ ଫେବୃଆରୀ ୮ ତାରିଖରେ ଛୁଟିରେ ଗାଁକୁ ଆସିଥିଲେ ଏବଂ ଫେବୃଆରୀ ୯ ତାରିଖରେ ହିଁ ଡ୍ୟୁଟିକୁ ଫେରିଯାଇଥିଲେ । ଘରର ସାନପୁଅ ଥିବା ବିଜୟଙ୍କ ଏକ ଦେଢବର୍ଷର ଝିଅ ମଧ୍ୟ ରହିଛି ।