ବ୍ରହ୍ମପୁର : ଅଙ୍କୁରପୁର ଗାଁରେ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

26

କନକ ବ୍ୟୁରୋ : ସ୍ୱାମୀକୁ ହତ୍ୟା କରିଥିବା ସ୍ୱୀକାର କଲା ସ୍ତ୍ରୀ । ବ୍ରହ୍ମପୁର ସଦର ଥାନା ଅଙ୍କୁରପୁର ଗାଁରେ ସ୍ତ୍ରୀ ଓ ପ୍ରେମିକ ମିଶି ସ୍ୱାମୀକୁ ହତ୍ୟା କରିଥିଲେ । ଗତ ମାସ ୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମହିଳା ଜଣକ ଫେରାର ଥିଲେ । ଏବେ ମହିଳାଙ୍କ ସ୍ୱୀକାରୋକ୍ତି ପରେ ପୁଲିସ ଘଟଣାସ୍ଥଳରେ ପହଂଚିି ଶବକୁ ଜବତ କରିଛି ।