ମା’ ସାଜିଲା ରାକ୍ଷସୀ ! ସ୍ତ୍ରୀକୁ ହତ୍ୟା କରି ସନ୍ତାନ ହତ୍ୟାର ପ୍ରତିଶୋଧ ନେଲା ସ୍ୱାମୀ

33

କନକ ବ୍ୟୁରୋ : ମା ସାଜିଲା ରାକ୍ଷସୀ । ସନ୍ତାନକୁ ଜନ୍ମ ଦେଇଥିଲା ସତ କିନ୍ତୁ ସେହି ସନ୍ତାନକୁ ହତ୍ୟା କରି ମା’ ଜାତି ପାଇଁ କଳଙ୍କ ପାଲଟିଗଲା ।ପାରବାରିକ କଳହରୁ ଚାଲିଯାଇଛି ୨ ଟି ଜୀବନ । ଏବଂ ଅନ୍ୟ ଜଣେ ଜୀବନ ସହ ସଂର୍ଘଷ କରୁଛି ।ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରରେ । ପାରବାରିକ କଳହର ପରିଣତି ଯେ, ଏତେ ସାଂଘାତିକ ହେବ ତାହା ବୋଧହୁଏ କେହି କଳ୍ପନା କରିନଥିବେ । ନିଶା ଯେ କିପରି ମଣିଷକୁ ପାଗଳ କରିଦିଏ ତାହାର ଉଦାହରଣ ଦେଖିବାକୁ ମିଳିଛି ।

ମାଲକାନଗିରି ବିରିଗୁଡା ଗ୍ରାମର ବତୀ ଖରା । ନିଶାସକ୍ତ ଅବସ୍ଥାରେ ପ୍ରଥମେ ଝିଅକୁ ହତ୍ୟା କଲା କିନ୍ତୁ ଏତିକିରେ ବି ମନ ବୁଝି ନଥିଲା । ୨ ବର୍ଷର ନିରୀହ ଶିଶୁକୁ ମଧ୍ୟ କଟୁରୀରେ ହାଣିଥିଲା । ଝିଅ ମରିଯାଇଥିଲା କିନ୍ତୁ ଭଗବାନଙ୍କ କୃପାରୁ ବଞ୍ଚିଯାଇଥିଲା ଦୁଇ ବର୍ଷର ନିଷ୍ପାପ ଶିଶୁ । ତେବେ ଏସବୁ ଘଟଣା ଦେଖିବା ପରେ ନିଜ ସ୍ତ୍ରୀକୁ ବାଡେଇ ହତ୍ୟା କରିଛି ସ୍ୱାମୀ ।

ସୂଚନାଯୋଗ୍ୟ ଯେ ବତୀ ଖରା ପ୍ରାୟତଃ ନିଶାସକ୍ତ ହୋଇ ତାର ଦୁଇ ପୁଅ ଝିଅଙ୍କୁ ମାରିବାକୁ ଗୋଡ଼ାଇଥାଏ। ସ୍ତ୍ରୀର ଏଭଳି ଲକ୍ଷଣ ଯୋଗୁଁ ସ୍ୱାମୀ ଲକ୍ଷ୍ମଣ ଖରା ଦୁଇ ଶିଶୁଙ୍କ ଅନ୍ୟତ୍ର ରଖି ମା ଠାରୁ ବଞ୍ଚାଇ ଥାନ୍ତି।। ତେବେ ଗତକାଲି ଲକ୍ଷ୍ମଣ ଛେଳି ଚରାଇବାକୁ ଯାଇଥିବା ବେଳେ ବତୀ ଖରା ଏକ କଟୁରିରେ ୫ ବର୍ଷର ଝିଅ ଅଞ୍ଜଳି ଓ ୨ ବର୍ଷର ପୁଅ ଅର୍ଜୁନଙ୍କୁ ହାଣି ଦେଇଥିଲା। ତେବେ ଘଟଣାସ୍ଥଳରେ ଅଞ୍ଜଳିର ମୃତ୍ୟୁ ଘଟିଥିବା ବେଳେ ଛୋଟ ପୁଅଟି ସେଠାରେ ସେହିପରି ମୃତବତ୍ ପଡ଼ିଥିଲା। ଅପରାହ୍ଣ ୪ଟା ବେଳେ ଘରକୁ ଫେରି ଲକ୍ଷ୍ମଣ ଅଞ୍ଜଳିର ମୃତଦେହ ଦେଖି ସମସ୍ତ ଘଟଣା ବୁଝି ଯାଇଥିଲା। ପରେ ବାଡିପଟରେ ବାସନ ମାଜୁଥିବା ବତୀଙ୍କୁ ପଚାରିବାରୁ ନିଶାସକ୍ତ ବତୀ ଖରା ପିଲାଙ୍କୁ ହାଣି ଦେଇଥିବା କହିବା ସହିତ ଲକ୍ଷ୍ମଣ ସହିତ ଗଣ୍ଡଗୋଳ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ଏକ ଠେଙ୍ଗାରେ ବତୀଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ଗୁରୁତର ଅବସ୍ଥାରେ ଦୁଇବର୍ଷର ଶିଶୁକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।