ପତ୍ନୀଙ୍କ ମୁହଁରେ ଦାଢ଼ି, ଛାଡ଼ପତ୍ର ଆବେଦନ କଲେ ବ୍ୟକ୍ତି : କୋର୍ଟଙ୍କ ନିର୍ଦ୍ଦେଶ ମିଳିବ ନାହିଁ ଛାଡ଼ପତ୍ର

30
ପତ୍ନୀଙ୍କ ମୁହଁରେ ଦାଢ଼ି ଯୋଗୁଁ ଛାଡ଼ପତ୍ର ଆବେଦନ କରିଛନ୍ତି ଜଣେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଅହମଦାବାଦରେ । ଅହମଦାବାଦର ଏକ ଅଦାଲତରେ ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି । ପତ୍ନୀଙ୍କ ମୁହଁରେ ଦାଢ଼ି ଥିବା ସହ ପତ୍ନୀଙ୍କ ସ୍ୱର ପୁରୁଷ ପରି ବୋଲି କହି ଛାଡ଼ପତ୍ର ଆବେଦନ କରିଛନ୍ତି ବ୍ୟକ୍ତି ଜଣକ ।
କୋର୍ଟ ସାମ୍ନାରେ ବ୍ୟକ୍ତି ଜଣକ କହିଛନ୍ତି ବିବାହ ପୂର୍ବରୁ ମହିଳାଙ୍କ ପରିବାର ଲୋକ ଏନେଇ କିଛି କହିନଥିଲେ । ସେମାନେ ଧୋକାରେ ଉଭୟଙ୍କ ବିୟବାହ କରାଇଛନ୍ତି । ସେ ଏ ବିଷୟରେ ବିଲକୁଲ ଅଜ୍ଞ ଥିଲେ । ତାଙ୍କ ପତ୍ନୀଙ୍କ ମୁହଁରେ ଦାଢ଼ି ଥିବା ସହ ସ୍ୱର ଅବିକଳ ପୁରୁଷଙ୍କ ପରି ବୋଲି ଅଭିଯୋଗ ଆଣିଛନ୍ତି ।
ବ୍ୟକ୍ତି ଜଣକ କହିଛନ୍ତି ବିବାହ ପୂର୍ବରୁ ଉଭୟଙ୍କ ଦେଖା ହୋଇଥଶିଲା । କିନ୍ତୁ ମହିଳା ଜଣକ ବୁର୍ଖା ପିନ୍ଧିଥିଲେ । ଆଉ ସେଥିପାଇଁ ସେ ଭାବି ପତ୍ନୀଙ୍କର ଚେହେରା ଦେଖିପାରିନଥିଲେ । ଏବଂ ବିବାହ ପୂର୍ବରୁ ଭାବିପତ୍ନୀଙ୍କ ଚେହେରା ଦେଖିବା ମଧ୍ୟ ପରମ୍ପରା ବିରୋଧୀ ଅଟେ । ତେଣୁ ସେ ମହିଳାଙ୍କୁ ଦେଖିପାରିନଥିଲେ । ତେବେ କୋର୍ଟ ଜବାବ ଦେଇଛନ୍ତି ହରମୋନ୍ ସମ୍ମନ୍ଧିତ କାରଣ ଯୋଗୁଁ ତାଙ୍କ ଚେହେରାରେ ମୁହଁରେ ଥିବା ଦାଢ଼ିର ଉପଚାର ହୋଇପାରିବ । ଅନ୍ୟପଟେ ମହିଳା ଜଣକ କହିଛନ୍ତିି ତାଙ୍କ ପତି ତାଙ୍କ ବିରୋଧରେ ମିଛ ଅଭିଯୋଗ କରିଛନ୍ତି । ସେ ତାଙ୍କୁ ଘରୁ ବାହାରକୁ ଚାହୁଁଥିବାରୁ ଭୁଲ କାରଣ ଦର୍ଶାଇ ଏପରି କରିଛନ୍ତି ।