ଫ୍ୟାମିଲି କୋର୍ଟରେ ମର୍ଡର : ରକ୍ତରେ ଭିଜିଲା କୋର୍ଟ ପରିସର, ସ୍ୱାମୀର ଖଣ୍ଡା ଚୋଟରେ ଆଖିବୁଜିଲା ସ୍ତ୍ରୀ

29

କନକ ବ୍ୟୁରୋ : କୋର୍ଟ ପରିସରରେ ଜଘନ୍ୟକାଣ୍ଡ । ସମ୍ବଲପୁର ଫ୍ୟାମିଲି କୋର୍ଟ ଭିତରେ ନିଜ ସ୍ତ୍ରୀ, ଶାଶୁ ଓ ଝିଆରୀ ମରଣାନ୍ତକ ଆକ୍ରମଣ କରିଛି ଉନ୍ମତ ଯୁବକ । ଯୁବକଙ୍କ ଭୁଜାଲି ଚୋଟରେ ଗୁରୁତର ସ୍ତ୍ରୀ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ କାବୁ କରି ପୁଲିସର ଜିମା ଦେଇଛନ୍ତି ଓକିଲ ।

ସମ୍ବଲପୁର ଫ୍ୟାମିଲି କୋର୍ଟରେ ଭିତରେ ଯୁବକଙ୍କ ଉନ୍ମତ କାଣ୍ଡ । କୋର୍ଟରୁମ ଭିତରେ ଖଣ୍ଡାରେ ନିଜ ସ୍ତ୍ରୀ, ଶାଶୁ ଓ ଝିଆରୀକୁ ହାଣି ପକେଇଛି ରମେଶ କୁମ୍ଭାର । ସ୍ତ୍ରୀ ସଂଗୀତ ଚୌଧୁରୀ, ତାଙ୍କ ମାଆ ଏବଂ ଝିଆରୀକୁ ଚୋଟ ଉପରେ ଚୋଟ ମାରି ଚାଲିଥିଲା ଅଭିଯୁକ୍ତ । ଏଥିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସଂଗୀତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ଓ ଝିଆରୀ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ଏତେ ଉଗ୍ର ହୋଇ ପଡିଥିଲା ଯେ, ତାକୁ ଅଟକାଇବାକୁ ଯାଇଥିବା ମହିଳା ଆଇନଜୀବୀ ମଧ୍ୟ ତା ଆକ୍ରମଣର ଶିକାର ହୋଇଛନ୍ତି ।

କୋର୍ଟ ପରିସରରେ ଥିବା ଅନ୍ୟ ଆଇନଜୀବୀମାନେ ଅଭିଯୁକ୍ତ ରମେଶକୁ ଧରି ପୁଲିସର ଜିମା ଦେଇଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ଅନୁସାରେ, ଅଭିଯୁକ୍ତ ରମେଶ କୁମାର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବାପଘର ଲୋକ ଯୁବତୀଙ୍କୁ ଆଣି ଅନ୍ୟ ଏକ ଜାଗାରେ ବିବାହ କରିଦେଇଥିଲେ । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ରମେଶ । ଏହି ଘଟଣାର କାଉନସିଲିଂ ସମୟରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ସ୍ତ୍ରୀ, ଶାଶୂ, ସାଙ୍ଗରେ ଥିବା ଶିଶୁକୁ ଖଣ୍ଡାରେ ଅତି ନୃଶଂସ ଭାବେ ଆକ୍ରମଣ କରିଥିଲେ । ସମ୍ବଲପୁରର ଫ୍ୟାମିଲ କୋର୍ଟ ପରିସରରେ ଏଭଳି ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଛି ।