ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ ସ୍ୱାମୀ : ହିତାହିତ ଜ୍ଞାନ ଭୁଲି ମହିଳା କାଟିଲେ ସ୍ୱାମୀଙ୍କ ଗୁପ୍ତାଙ୍ଗ

30

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୁଜଫରନଗରରେ ଜଣେ ମହିଳା ନିଜ ସ୍ୱାମୀଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି । ମହିଳା ଜଣକ ନିଜକୁ ଅବହେଳିତ ମନେକରବା ସହ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ନାରାଜ ଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ । ଆଉ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି । ଦୁଇପତ୍ନୀଙ୍କ କଳହରୁ ଜଣେ ସ୍ୱାମୀଙ୍କୁ ତାଙ୍କ ଜନନେନ୍ଦିୟ ହରାଇବାକୁ ପଡ଼ିଛି । ଗୁରୁତର ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାମୀଙ୍କ ଜନନେନ୍ଦ୍ରିୟ କାଟି ଦେଇଥିବା ପ୍ରଥମ ପତ୍ନୀଙ୍କ ବିରୋଧରେ ତାଙ୍କ ପରିବାର ଥାନାରେ ମାମଲା ରୁଜୁ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୁଜାଫରନଗର ମିମଲାନା ଅଞ୍ଚଳରେ ରହୁଥିବା ଏକ ଦମ୍ପତ୍ତିଙ୍କର କୌଣସି ସନ୍ତାନସନ୍ତତି ହୋଇ ନ ଥିଲେ । ବିବାହର ଦୀର୍ଘଦିନ ପରେ ସନ୍ତାନସନ୍ତତି ନ ହେବାରୁ ପ୍ରଥମ ପତ୍ନୀଙ୍କ ଅନୁମତି ନେଇ ସ୍ୱାମୀ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ । ବିବାହର କିଛି ଦିନ ପରେ ଦ୍ୱିତୀୟ ପତ୍ନୀ ଅନ୍ତସତ୍ତ୍ୱା ହେବା ସହିତ ଗତ କିଛି ଦିନ ଜଳେ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ମାତ୍ର ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିବା ପରେ ସ୍ୱାମୀ ତାଙ୍କୁ ଅବହେଳା କରୁଥିବା ନେଇ ପ୍ରଥମ ପତ୍ନୀ ଅଭିଯୋଗ କରି ଆସୁଥିଲେ ।

murder

ଏପରିକି ପ୍ରଥମ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଦ୍ୱିତୀୟ ପତ୍ନୀଙ୍କ ପାଖରେ ରହିବାରୁ ଏହାକୁ ନେଇ ଦୁଇ ସଉତୁଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ପ୍ରଥମ ପତ୍ନୀ ସ୍ୱାମୀଙ୍କ ଅବହେଳାରେ ଏତେ ଦୂର କ୍ରୋଧାନ୍ଧ ହୋଇ ଉଠିଥିଲେ ଯେ ସ୍ୱାମୀଙ୍କ ଦାମ୍ପତ୍ୟ ଜୀବନକୁ ସବୁଦିନ ପାଇଁ ଶେଷ କରିଦେବାକୁ ଯୋଜନା କରିଥିଲେ । ଗତ ବୁଧବାର ଦିନ ସ୍ୱାମୀ ଶୋଇଥିବା ବେଳେ ପ୍ରଥମ ପତ୍ନୀ ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତିି ବୋଲି କୋଟଓ୍ଵାଲି ଥାନା ଅଧିକାରୀ କହିଛନ୍ତି ।