ପୁରୀ : ଫେସବୁକରେ ଭିଡିଓ ଅପଲୋଡ କରି ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣା ! ଶେଷରେ ଗିରଫ ହେଲେ ସ୍ତ୍ରୀ ଓ ପ୍ରେମିକ

27

କନକ ବ୍ୟୁରୋ : ଫେସବୁକରେ ଭିଡିଓ ଅପଲୋଡ ଯୁବକ ଆତ୍ମହତ୍ୟା ଘଟଣା । ସ୍ତ୍ରୀ ଓ ପ୍ରେମିକକୁ ଗିରିଫ କରିଛି ପୁରୀ ସଦର ପୋଲିସ । ମୃତ ଯୁବକଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ପରେ ପୁଲିସ ମହିଳା ଓ ଅଭିଯୁକ୍ତ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରଥିଲା । ଉଭୟଙ୍କ ନାଁରେ ୨୯୪,୩୨୩,୩୦୬ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆରେ ଶେଷକଥା କହି ସ୍ୱାମୀର ଆତ୍ମହତ୍ୟା ପରେ ପୁଲିସ ସ୍ତ୍ରୀ ଓ ପ୍ରେମିକଙ୍କୁ ମାରାଥନ ଜେରା କରିଥିଲା । କିନ୍ତୁ ଓଲଟା ଶାଶୂ ଓ ନଣନ୍ଦଙ୍କ ସହ ମିଶି ସ୍ୱାମୀ ତାଙ୍କ ଉପରେ ନିର୍ଯାତନା ଦେଉଥିଲେ ବୋଲି ମୃତ ଶାନ୍ତ୍ୱନୁଙ୍କ ସ୍ତ୍ରୀ ପାଲଟା ଅଭିଯୋଗ କରିଥିଲେ ।

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଆତ୍ମହତ୍ୟା କରିଥିଲେ ସ୍ୱାମୀ । ମାତ୍ର କିଛି ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବକ । କିନ୍ତୁ ବିବାହର ମାସ କେଇଟା ଭିତରେ ସ୍ତ୍ରୀଙ୍କର ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ । ଯାହା ତାଙ୍କୁ ଆତ୍ମହତ୍ୟାର ପଥ ବାଛିବାକୁ ବାଧ୍ୟ କରିଥିଲା । ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଆଗରୁ ଫେସବୁକରେ ନିଜର ମନର କଥାକୁ ସେୟାର କରିଥିଲେ । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଆତ୍ମହତ୍ୟା କରିଥିବା କଥା କହିଥିଲେ । ସେତେବେଳେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଯୁବକ ଜଣଙ୍କ ତାଙ୍କ ମନରେ ଜଳୁଥିବା ପୁଂଜିଭୁତ ଅସନ୍ତୋଷକୁ ପ୍ରକାଶ କରିଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ସନ୍ଦେହର ଲଢେଇରେ ସେ ହାରି ଯାଇଥିବା କହିଥିଲେ । ଶେଷରେ ଧର୍ୟ୍ୟହରା ହୋଇ ଆତ୍ମହତ୍ୟା ଭଳି ଚରମ ପଂଥାକୁ ଆପଣେଇ ନେଇଥିଲେ ଯୁବକ ଜଣଙ୍କ ।

ପୁରୀର ଯୁବକ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ପତ୍ନୀ । ସେ କହିଥିଲେ ତାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ସଫ୍ଟୱେର ଇଞ୍ଜିନିୟର କହି ତାଙ୍କୁ ବିବାହର କରାଯାଇଥିଲା । କିନ୍ତୁ ସେ ବେଙ୍ଗୁଲୁରରେ ଅନ୍ୟ କାମ କରୁଥିଲେ । ଜଗତସିଂହପୁରର ଯୁବକ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କ ସହ ପରିବାର ଲୋକେ ବିବାହ ଠିକ କରିଥିଲେ । କିନ୍ତୁ କୌଣସି କାରଣରୁ ଏହା ହୋଇପାରିନଥିଲା ।ସେପଟେ ଜଗତସିଂହପୁରର ଯୁବକ ବି ଫୋନରେ ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଆମ ବାହାଘର ଠିକ ହୋଇଥିଲା । ବାହାଘର ପରେ ଆମର କୌଣସି ସମ୍ପର୍କ ନାହିଁ । ମୁଁ କୌଣସି ଫଟୋ ତାଙ୍କ ସ୍ୱାମୀଙ୍କୁ ପଠାଇନଥିଲି । ତାଙ୍କ ସ୍ୱାମୀ ମୋ ସହ ପୂର୍ବରୁ କଥା ହେଉଥିଲେ । ଫେସବୁକରେ ସେ ମୋର ବନ୍ଧୁ ଥିଲେ । ମୋ ନାଁରେ କେହି ଜଣେ ଫେକ ଆକାଉଂଟ କରି ଫଟୋକୁ ତାଙ୍କ ସ୍ୱାମୀଙ୍କୁ ପଠାଇଥିଲା ।