ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀଙ୍କ ଧାରଣା ! ନ୍ୟାୟ ପାଇଁ ଶଶ୍ୱୁର ଘର ଆଗରେ ପିଲାଙ୍କୁ ଧରି ଧାରଣାରେ ବସିଲେ ବୋହୂ

24

କନକ ବ୍ୟୁରୋ : ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀଙ୍କ ଧାରଣା । ନ୍ୟାୟ ପାଇଁ ଶ୍ୱଶୁରଘର ଆଗରେ ପିଲାଙ୍କୁ ଧରି ଧାରଣାରେ ବସିଛନ୍ତି ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ । ମଙ୍ଗଳାବାଗ ଥାନାର ପ୍ରଜ୍ଞା ମହାନ୍ତି ଜଗତସିଂହପୁର ମୂଳବାସିନ୍ଦା ଜ୍ୟୋତି ପ୍ରକାଶ ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀଙ୍କର ଅନ୍ୟ ନାରୀମାନଙ୍କ ସହ ଅନୈତିକ ସମ୍ପର୍କ ରହିଛି । ଯାହାକୁ ବିରୋଧ କରିବାରୁ ପ୍ରଜ୍ଞାଙ୍କୁ, ଜ୍ୟୋତି ଓ ଶାଶୁଘର ଲୋକ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛନ୍ତି ।

ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଅଭିଯୋଗ କରିଛନ୍ତି ପ୍ରଜ୍ଞା ମହାନ୍ତି । ଶେଷରେ ନିଜ ପିଲାର ସୁରକ୍ଷା ଓ ନ୍ୟାୟ ପାଇଁ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି ପ୍ରଜ୍ଞା । ତାଙ୍କ ଧାରଣାକୁ ସମର୍ଥନ ଜଣାଇ କିଛି ସେଚ୍ଛାସେବୀ ଓ ସ୍ଥାନୀୟ ଲୋକ ଏହି ଧାରଣାରେ ସାମିଲ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –