ଏମିତି ବି ହୁଏ ପ୍ରେମ ! ୫୦ ବର୍ଷ ବୟସରେ ନିଜ ପ୍ରେମିକାକୁ ବିବାହ କଲେ ଏହି ବିଧବା ମହିଳା । ଭାଇରାଲ ହେଲା ଲଭ ଷ୍ଟୋରୀ ।

127

ପ୍ରେମ କୌଣସି ବନ୍ଧନ କୁ ମାନି ନଥାଏ । ପ୍ରେମ ନା ବୟସ ଦେଖିଥାଏ ନା ଲୋକମାନଙ୍କର ଟାହିଟାପରାକୁ ଖାତିର କରିଥାଏ । ପ୍ରେମ ତ କେବଳ ହେଇଯାଇଥାଏ । ଏମିତି ହିଁ କିଛି ହୋଇଛି ଜଣେ ମହିଳାଙ୍କ ସହ । ଯିଏକି ନିଜ ପରିବାର, ସମାଜ ଏପରିକି ନିଜ ପିଲାମାନଙ୍କ ବିରୋଧ ପରେ ମଧ୍ୟ ୫୦ବର୍ଷ ବୟସରେ ଦ୍ୱିତୀୟ ବିବାହ କରି ନିଜ ପ୍ରେମକୁ ସାର୍ଥକ କରିଛନ୍ତି ।

କୋମୋଲାଙ୍କ ପ୍ରେମ ଭରା କାହାଣୀକୁ ଜଣେ ବାଲାଂଦେଶୀ ଫୋଟୋଗ୍ରାଫର ଜିଏମବି ଆକାଶ ନିଜ ଫେସବୁକ ପେଜ୍ ରେ ବର୍ଣ୍ଣନା କରିଛନ୍ତି । ଫୋଟୋଗ୍ରାଫରଙ୍କ ପୋଷ୍ଟ ଅନୁସାରେ, ଏହି ମହିଳା କୋମୋଲା ମହଜ ଜଣଙ୍କୁ ୨୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଯତ୍ନ ନେବାକୁ ମଧ୍ୟ କେହି ନଥିଲେ । ଗତ ୨୦ ବର୍ଷ ଧରି ସେ ବ୍ରେଡ ଏବଂ ଅଣ୍ଡା ବିକ୍ରି କରି ନିଜ ପିଲାମାନଙ୍କର ପେଟ ଭରିବା ସହ ପରିବାର ପ୍ରତିପୋଷଣ କରୁଥିଲେ । ବହୁତ ପରିଶ୍ରମ କରିବା ପରେ ଶେଷରେ ତାଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହୋଇଥିଲା ଏବଂ ସେ ଏକ ରେଷ୍ଟ୍ରୁରାଣ୍ଟ ଖୋଲିଥିଲେ । ସେଥିରୁ ଯାହା ଆୟ କରିଥିଲେ ସେଥିରେ ସେ ଗାଁରେ ଏକ ଜାଗା କିଣି ସେଥିରେ ଘର କରିଥିଲେ ଏବଂ ନିଜ ପିଲାମାନଙ୍କର ବାହାଘର ମଧ୍ୟ କରିଥିଲେ ।

କୋମୋଲା ତାଙ୍କର ପୁରା ଦାୟିତ୍ୱ ସଠିକ ଭାବରେ କରୁଥିଲେ କିନ୍ତୁ ହୃଦୟ ଭିତରେ ସେ ବିଲକୁଲ ଏକାକୀ ଥିଲେ । ଭାବନାତ୍ମକ ରୂପରେ ତାଙ୍କୁ ସାହାରା ଦେବା ପାଇଁ କେହି ନଥିଲେ । କିନ୍ତୁ ଭାଗ୍ୟ ତାଙ୍କ ପାଇଁ ବୋଧେ ଆଉ କିଛି ଭାବିଥିଲା । ଏକ ଶ୍ରମିକ ଅଧିକାଂଶ ସମୟ ତାଙ୍କ ରେଷ୍ଟ୍ରୁରାଣ୍ଟକୁ ଆସନ୍ତି । ଗୋଟିଏ ଦିନ ସେ କୋମୋଲାଙ୍କ ପ୍ରତି ଆକର୍ଷିତ ହୋଇଗଲେ । ଏବଂ ଏହା ପରେ ସେ କୋମୋଲାଙ୍କୁ ଦେଖିବାକୁ ପ୍ରତିଦିନ ତାଙ୍କ ରେଷ୍ଟ୍ରୁରାଣ୍ଟ କୁ ଯାଇଥାନ୍ତି । କିନ୍ତୁ ସେ କେବେ ତାଙ୍କୁ କିଛି ବି କହିନଥାନ୍ତି । ଏପରିକି ରେଷ୍ଟ୍ରୁରାଣ୍ଟରେ ସେ କୋମୋଲାଙ୍କୁ କାମରେ ସାହାଯ୍ୟ କରିଥାନ୍ତି । କେତେବେଳେ ବାସନ ମାଜି ଦେଇଥାନ୍ତି ତ ଆଉ କେତେବେଳେ ସଫା କରି ଦେଇଥାନ୍ତି ।

ସେହି ଶ୍ରମିକ ଜଣଙ୍କ ପ୍ରତିଦିନ ସବୁ କାମରେ କୋମୋଲାଙ୍କୁ ସାହାଯ୍ୟ କରିଥାନ୍ତି । ଧିରେ ଧିରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଗୋଟିଏ ଦିନ ସେ କୋମୋଲାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ କୋମୋଲା ଖୁସି ତ ଥିଲେ କିନ୍ତୁ ତାଙ୍କୁ ସମାଜର ଭୟ ଘାରି ହୋଇଥିଲା । କେବଳ ଏତିକି ନୁହେଁ ଯେତବେଳେ ତାଙ୍କ ପିଲାମାନେ ଏ ବାବଦରେ ଜାଣିବାକୁ ପାଇଥିଲେ, ସେମାନେ ସେହି ଶ୍ରମିକଙ୍କୁ ଖୁବ ପିଟିଥିଲେ । ଆଉ ଏହା ପରେ କୋମୋଲା ସେହି ଶ୍ରମିକ ଜଣଙ୍କୁ ଗାଁ ଛାଡି ପଳାଇ ଯିବା ପାଇଁ କହିଥିଲେ ।

ଏସବୁ ପରେ କୋମୋଲା ପୁଣି ଥରେ ଏକା ହୋଇଯାଇଥିଲେ । ତାଙ୍କ ଭାବନାକୁ କେହି ହେଲେ ମଧ୍ୟ ବୁଝିପାରୁନଥିଲେ । କିନ୍ତୁ କତାରେ ଅଛି ପ୍ରେମ ଯଦି ସତ ହୋଇଥିବ ତେବେ ଦୂରତା ନିକଟତାରେ ପରିଣତ ହୋଇଥାଏ । ତାଙ୍କ ସହ ମଧ୍ୟ କିଛି ଏମିତି ହିଁ ହୋଇଥିଲା । କୋମୋଲା ଭାବିଥିଲେ ଯେ, ତାଙ୍କ ପିଲାମାନଙ୍କ ଠାରୁ ଏତେ ମାଡ ଖାଇବା ପରେ ସେ ଆଉ କେବେ ବି ଗାଁକୁ ଫେରିବେ ନାହିଁ । କିନ୍ତୁ ସେ ଫେରିଥିଲେ ଏବଂ ପୁଣି ଥରେ କୋମୋଲାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଗତ ୫ ବର୍ଷ ହେବ ଦୁଇ ଜଣ ଏକାଠି ଅଛନ୍ତି । ଏବଂ ମିଳିମିଶି ରେଷ୍ଟ୍ରୁରାଣ୍ଟ ଚଳାଉଛନ୍ତି ।