ଦୁଇ ବର୍ଷ ପୂର୍ବେ ସୀମାରେ ସହିଦ ହୋଇଥିଲେ ସୈନିକ ସ୍ୱାମୀ, ଏବେ ସ୍ତ୍ରୀ ବନିଲେ ଲେଫ୍ଟିନାଣ୍ଟ

316

ମୁମ୍ବାଇ ଭିଭାରର ନିବାସୀ ଗୌରୀ ମହାଦିକଙ୍କ ସ୍ୱାମୀ ସେନାରେ ଥିଲେ । ଦୁଇବର୍ଷ ପୂର୍ବେ ସୀମାରେ ସେ ସହିଦ ହୋଇଯାଇଥିଲେ । ସ୍ୱାମୀ ସହିଦ୍ ହେବା ପରେ ଗୌରୀ ଏବେ ଲେପ୍ଟିନାଣ୍ଟ ବନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗୌରୀ ଟ୍ରେନିଂ ପୂରା କରିବା ପରେ ଆଗାମୀ ବର୍ଷ ସେନାରେ ସାମିଲ ହେବେ।

୨୦୧୭ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ତଓ୍ଵାଙ୍ଗରେ ଭାରତ-ଚୀନ ଉପରେ ତାଙ୍କର ସ୍ୱାମୀ ତଥା ମେଜର ପ୍ରସାଦ ମହାଦିକ ଅସ୍ଥାୟୀ ଚୌକିରେ ଥିଲେ। ଏହି ସମୟରେ ଗୁଳିବିନିମୟ ହୋଇଥିଲା, ସେଥିରେ ସେ ଦେଶ ପାଇଁ ସହିଦ ହୋଇଯାଇଥିଲେ।

ସୂଚନା ମୁତାବକ, ୩୨ବର୍ଷୀୟା ଗୌରୀ ଚେନ୍ନାଇ ସ୍ଥିତ ଅଫିସର୍ସ ଟେନିଂ ଏକାଡେମୀ (ଓଟିଏ)ରେ ଟ୍ରେନିଂ ନେବେ । ଗୌରୀଙ୍କ କହିବାନୁସାରେ, ମୋତେ ସହିଦଙ୍କ ବିଧବା ରୂପରେ ନନ୍-ଟେକନିକାଲ ଶ୍ରେଣୀ ଅଧିନରେ ଲେପ୍ଟିନାଣ୍ଟ ଭାବେ ନିଯୁକ୍ତି ମିଳିବ। ଦେଶର ରକ୍ଷା କରୁଥିବା ସମୟରେ ସହିଦ୍ ହୋଇଥିବା ଯବାନଙ୍କ ବିଧବା ପତ୍ନୀଙ୍କ ପାଇଁ ଏସଏସବି ପରୀକ୍ଷା ହୋଇଥିଲା। ଏଥିରେ ବେଙ୍ଗାଲୁରୁ, ଭୋପାଳ ଓ ଆହ୍ଲାବାଦର ତିନିଟି କେନ୍ଦ୍ରରେ ପାଖାପାଖି ୧୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।