ଶୀତ ଦିନରେ ଓଜନ କାହିଁକି ବଢ଼ିଥାଏ ? ଜାଣନ୍ତୁ ଓଜନକୁ ନିୟନ୍ତ୍ରଣରେ ରଖିବାର ଉପାୟ

ଏସବୁ କାରଣ ପାଇଁ ଶୀତ ଦିନେ ବଢ଼ିଥାଏ ଓଜନ

246

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଶରୀରର ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର କାରଣ ଏବଂ ଏହାକୁ ରୋକିବାର ଉପାୟ ।

ଓଜନ ବଢ଼ିବାର କାରଣ :

୧. ଶୀତ ଦିନେ ଅଧିକ ଥଣ୍ଡା ହେଉଥିବାରୁ ଲୋକମାନେ ବାହାରକୁ ବାହାରନ୍ତି ନାହିଁ । ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ବନ୍ଦ ହୋଇ ଯାଉଥିବାରୁ ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।

୨. ଶୀତ ଦିନେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି । ଯାହା ପାଇଁ ଓଜନ ବଢ଼ିଥାଏ ।

୩. ଖରା ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ଓଜନକୁ ନିୟନ୍ତ୍ରଣ କରିବାର ଉପାୟ :

୧. ଶୀତ ଦିନେ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ।

୨. ଓଜନକୁ ନିୟନ୍ତ୍ରଣ କରି ରଖିବା ପାଇଁ ଆପଣମାନେ କାର୍ଡ଼ିଓ ଏକ୍ସରସାଇଜ୍ କରିପାରିବେ ।

୩. ଓଜନ ନିୟନ୍ତ୍ରଣ କରି ରଖିବା ପାଇଁ ଫଳ ଏବଂ ସବୁଜ ପନିପରିବା ଖାଇବା ଆରମ୍ଭ କରନ୍ତୁ ।

୪. ଖାଇବା ସହ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍ ରହିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇରହିବ ।