ଶନିବାର କାହିଁକି ଫୋନ ଉଠାନ୍ତି ନାହିଁ ଟ୍ରମ୍ପଙ୍କ ଝିଅ ଇଭାଙ୍କା ? ଜାଣନ୍ତୁ ତାଙ୍କ ସିକ୍ରେଟ ଲାଇଫର କିଛି ରୋଚକ ତଥ୍ୟ

33

ଭାରତରେ ଏବେ ଇଭାଙ୍କା କ୍ରେଜ । ତାଙ୍କ ଭାରତ ଗସ୍ତ ଓ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଆମେରିକା ରାଷ୍ଟ୍ରପତିଡୋନାଲଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ବିଶ୍ୱ ଉଦ୍ୟୋଗପତି ସମ୍ମିଳନୀ ଯୋଗଦେବା ପାଇଁ ଏବେ ହାଇଦ୍ରାବାଦରେ ଅଛନ୍ତି । ମହିଳା ସଶକ୍ତୀକରଣକୁ ଆଗକୁ ବଢାଇବାରେ ତାଙ୍କର ଭୂମିକାକୁ ନେଇ ପୃଥିବୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଥିବା ଇଭାଙ୍କା, ଲୋକଙ୍କ ସହ ଯେତେ ମିଶିଲେ ବି ବ୍ୟକ୍ତିଗତ ଜୀବନକୁ ନେଇ ସିରିଏସ ଥାଆନ୍ତି ।

ପ୍ରଫେସନାଲ ଜୀବନ ଠାରୁ ବ୍ୟକ୍ତିଗତ ଜୀବନକୁ ଦୂରେଇ ରଖିବାକୁ ଭଲପାଆନ୍ତି । ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ ଜଣାଇବାକୁ ଚାହାନ୍ତି ନାହିଁ ଡୋନାଲଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା । ତେବେ ତାଙ୍କ ଜୀବନର କିଛି ସିକ୍ରେଟ ଆମେ ଆପଣଙ୍କୁ ଜଣାଇବୁ । ଏକ ଅନ୍ତର୍ଜାତିୟ ପତ୍ରିକାର ରିପୋର୍ଟ ଅନୁସାରେ ଇଭାଙ୍କା ପ୍ରତିଦିନ କିଛି ନା କିଛି କାମ କରିଥାଆନ୍ତି ଯାହା ତାଙ୍କୁ ଆଗକୁ ବଢିବାରେ ଶକ୍ତି ଯୋଗାଇଥାଏ । ସେ ପ୍ରତିଦିନ କୋଡିଏ ମିନିଟ ଯୋଗାଭ୍ୟାସ କରନ୍ତି ।

ଇଭାଙ୍କାଙ୍କ ଦିନ ସକାଳ ୮ଟାରୁ ଆରମ୍ଭ ହୋଇଥାଏ । ତାପରେ କିଛି ସମୟ ବ୍ୟାୟାମ କରିବା ପରେ ସ୍ୱାମୀଙ୍କ ସହ ଜଗିଂ କରିବାକୁ ଯାଆନ୍ତି । ତାପରେ ନିଜର ବ୍ରେକ ଫାଷ୍ଟରେ ଗୋଟିଏ ଗ୍ଲାସ ଲେମ୍ବୁପାଣି ସହ କଫି ପିଇଥାନ୍ତି । ତା ସହ କିଛି ସମୟ ପେପର ପଡିବାରେ ତାଙ୍କର ସମୟ କଟିଥାଏ । ତାପରେ ନିଜ ପିଲାଙ୍କ ପାଇଁ ସମୟ ଦେଇଥାନ୍ତି ଇଭାଙ୍କା । ଇଭାଙ୍କାଙ୍କର ତିନୋଟି ପିଲା । ନିଜ ପିଲାଙ୍କର ଟିକିନିଖି ସବୁ ଖବର ରଖନ୍ତି ଇଭାଙ୍କା ।

ଘର କାମ ସାରିବା ପରେ ଇଭାଙ୍କା ହାଇଟ ହାଉସ ଯାଇ କାମ କରନ୍ତି । ବହୁତ କମ ଲୋକ ଜାଣିଛନ୍ତି, ଯେ ବିନା ପାରିଶ୍ରମିକରେ ଇଭାଙ୍କା ତାଙ୍କ ବାପା ଡୋନାଲଡ ଟ୍ରମ୍ପଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟକରନ୍ତି । ଅଫିସରୁ ଫେରିବା ପରେ ସେ ଟିଭି ଦେଖିବା ସହ ପାସ୍ତା ଖାଆନ୍ତି । ଏହାବ୍ୟତୀତ ତାଙ୍କ ଜୀବନରେ କିଛି ସ୍ୱତନ୍ତ୍ରତା ରହିଛି ।

ସେ ଶନିବାର ଦିନ କୌଣସି ଫୋନ କଲ ଉଠାନ୍ତି ନାହିଁ ଇଭାଙ୍କା ।କାରଣ ପୂରା ଦିନଟି ନିଜ ପରିବାର ସହ ବିତାଇଥାନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ । ତାଙ୍କର ଶୋଇବା ସମୟ ୧୧ଟା ଓ ବେଳେବେଳେ ଡେରି ହୋଇଯାଇଥାଏ । ସେ ରାତିରେ ନିଜର ମେଲ ଚେକ କରିବା ସହ ଉତ୍ତର ଦେଇଥାନ୍ତି ।