ଜଗା ଦୁଆରେ ବିଦେଶୀ ଭିକାରୀ ! କାହିଁକି ବଡଦାଣ୍ଡ ଛାଡି ଯିବାକୁ ଚାହୁଁନାହାନ୍ତି ଋଷିଆ ନାଗରିକ ?

101

ପୁରୀ ବଡ ଦାଣ୍ଡରେ ବିଦେଶୀ ଭିକାରୀ । ହାତରେ ଜଗତର ନାଥ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଫଟୋ । ଗୁଣୁଗୁଣୁ ହୋଇ ଗାଉଛନ୍ତି ଭଜନ । ଗତ ତିନିଦିନ ଧରି ପୁରୀର ବିଭିନ୍ନ ଗଳିରେ ବୁଲୁଛନ୍ତି ଏହି ବିଦେଶୀ ଭିକ୍ଷୁକ । ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଏହି ବିଦେଶୀ ଭିକାରାୀଙ୍କୁ ଦେଖି ଅନେକଙ୍କ ମନକୁ ଆସୁଛି ଅସୁମାରୀ ପ୍ରଶ୍ନ । ତେବେ କିଏ ଏହି ଭିକାରୀ ? ପୁରୀ ଗଳିରେ କାହିଁକି ମାଗୁଛନ୍ତି ଭିକ ? ତାଙ୍କର ଏହି ଅଜବ ଷ୍ଟାଇଲ ଦେଖି ଲୋକେ ତାଜୁବ । ତା ସହ ଭଗବାନଙ୍କ ଫଟୋ ଥିବା ଗୋଟିଏ ବାକ୍ସ ରହିଛି, ଯେଉଁଠି ଯିବା ଆସିବା କରୁଥିବା ଲୋକମାନେ ଟଙ୍କା ପକାଇଦେଉଛନ୍ତି ।

ଏଭଳି ବିରଳ ଦୃଶ୍ୟ ଦେଖି ତାଙ୍କୁ ଜଣେ ପଚାରିଥିଲେ, “ଆପଣ କାହିଁକି ଭିକ ମାଗୁଛନ୍ତି?” ଏ ପ୍ରଶ୍ନରେ ସେ ଯେଉଁ ଉତ୍ତର ଦେଇଥିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମୁଁ ଭାରତକୁ ଭଲ ପାଏ ସେଥିପାଇଁ ଏଠାକୁ ଆସିଛି । ସେ ରାଧେ ଗୋବିନ୍ଦ ଓ ଋଷିଆରୁ ଆସିଥିବା କହିଛନ୍ତି । ତା ସହ ସେ ଭିକ ମାଗୁନଥିବା ସ୍ପଷ୍ଟ ଭାବରେ କହିଛନ୍ତି । ପ୍ରତିଦିନ ଚଳିବା ପାଇଁ ମୋର ଟଙ୍କା ଦରକାର । ମୁଁ ଭଜନ ଗାଉଛି ଓ ଲୋକମାନେ ମତେ ଟଙ୍କା ଦେଉଛନ୍ତି । ଏବଂ ବାକ୍ସକୁ ଦେଖାଇ ଏହା ତାଙ୍କ ଦାନ ବାକ୍ସ ବୋଲି କହିଛନ୍ତି । ମୋର କୌଣସି ଅସୁବିଧା ହେଉନାହିଁ । ମୁଁ ରେଲୱେ ଷ୍ଟେସନ ନିକଟରେ ରହୁଛି ଓ ରାତିରେ ସେଠାରେ ଶୋଇପଡୁଥିବା ଅତି ଆନନ୍ଦର ସହ କହିଛନ୍ତି ।

ତାଙ୍କ ପାଖରେ ଏକ ୟୁନାଇଟେଡ ନେସନ ଦୂତାବାସର ଏକ ଚିଠି ମଧ୍ୟ ରହିଛି ଯେଉଁଥିରେ ସେ ଋଷର ନାଗରିକ ବୋଲି ଉଲ୍ଲେଖ କରାଯାଇଛି । ତାଙ୍କର ବୟସ ୪୩। ତାଙ୍କ ନାଁ ଆଣ୍ଡ୍ରି ଗ୍ଲାଗୋଲେଭ । ସେ ଯୁକ୍ତରାଷ୍ଟ୍ର ଆମେରିକାର ଶରଣାର୍ଥୀ ପାଇଁ ଆବେଦନ କରିଥିବା ମଧ୍ୟ ପ୍ରମାଣ ରହିଛିି, ଯାହା ୫ ଡିସେମ୍ବର ପର୍ଯ୍ୟନ୍ତ ବୈଧ ଥିଲା । ତାଙ୍କ ପାଖରେ ଏକ ବୈଧ ରଷିଆନ ପାସ୍ପୋର୍ଟ ମଧ୍ୟ ରହିଛି । କିନ୍ତୁ ସେ ଋଷିଆ ଯିବାକୁ ଚାହୁଁନଥିବା କହିଛନ୍ତି ତାର କାରଣ କାରଣ ହେଲା ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ପୁରୀର ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନଙ୍କ କହିବା ଅନୁସାରେ ସେମାନେ ଆଣ୍ଡ୍ରିଙ୍କ ବିଷୟରେ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଲେ । ତାଙ୍କ ପାସପୋର୍ଟ ଏବଂ ଭିସା ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଆଇଆଇସିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଣ୍ଡ୍ରିଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ଅତିରିକ୍ତ ଏସପି ।  ଏହିଭଳି ଏକ ଘଟଣା ଚଳିତବର୍ଷ ଅକ୍ଟୋବରରେ ତାମିଲନାଡୁରେ ମଧ୍ୟ ଦେଖା ଯାଇଥିଲା । ତାମିଲନାଡୁର କାଂଚିପୁରମରେ କୁମାରକୋଟ୍ଟମ ମନ୍ଦିରର ଦ୍ୱାର ପାଖରେ ବସିଥିବା ଜଣେ ରଷିଆ ନାଗରିକଙ୍କର ବିଦେଶୀ ଟଙ୍କା ସମାପ୍ତ ହୋଇ ଯାଇଥିଲା ଏବଂ କାର୍ଡ଼ ମଧ୍ୟ ଅବୈଧ ହୋଇଯାଇଥିଲା ତେଣୁ ସୁଷମା ସ୍ୱରାଜ ତାଙ୍କୁ ସାହାଯ୍ୟ କରିବାକୁ ଟ୍ୱିଟ କରିଥିଲେ ।

ସୌଜନ୍ୟ: ଓମକମ ନ୍ୟୁଜ