କାହିଁକି ଫ୍ରିଜରେ ରଖିବେ ନାହିଁ ଏସବୁ ଜିନିଷ

64

ଏବେ ସମସ୍ତଙ୍କ ଘରେ ଫ୍ରିଜ ରହିଛି । ଆମେ ସମସ୍ତେ ମେଡିସିନ ଠାରୁ ଆରମ୍ଭ କରି ଫଳ, ପନିପରିବା ଓ ବଳକା ଖାଦ୍ୟ ମଧ୍ୟ ରଖିଥାଉ । କିନ୍ତୁ ବେଳେ ବେଳେ ଆମେ ଏପରି କିଛି ଜିନିଷ ଫ୍ରିଜରେ ରଖୁ ଯାହା ଭଲ ରହିବା ବଦଳରେ ଖରାପ ହୋଇ ଯାଇଥାଏ । କିମ୍ବା ସେସବୁ ଖାଦ୍ୟର ସ୍ୱାଦ ବଦଳି ଯାଏ । ତେବେ ଜାଣନ୍ତୁ କେଉଁ ସବୁ ଜିନିଷ ଫ୍ରିଜରେ ରଖିବା ଉଚିତ ନୁହେଁ ।

କଦଳୀ

କଦଳୀକୁ ଫ୍ରିଜରେ ରଖିବା ଅନୁଚିତ । ଫ୍ରିଜରେ କଦଳୀ ରଖିଲେ କଦଳୀ କଳା ପଡିଯାଇଥାଏ ଏହା ଦ୍ୱାରା କଦଳୀ ନରମ ହୋଇଯାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ତା ସହ ଫ୍ରିଜରୁ ଖରାପ ଗନ୍ଧ ବାହାରିଥାଏ ।

ଟମାଟୋ

ପ୍ରାୟ ସମସ୍ତଙ୍କ ଘରେ ଟମାଟୋର ବ୍ୟବହାର କରାଯାଇଥାଏ । ଅଧିକାଂଶ ଲୋକ ଟମାଟୋକୁ ଫ୍ରିଜରେ ରଖିଥାନ୍ତି । ଆପଣ ବି ରଖୁଥିବେ ? ଯଦି ରଖୁଥାନ୍ତି ତା’ହେଲେ ସେପରି କରନ୍ତୁ ନାହିଁ । କାରଣ ଟମାଟୋକୁ ଅତି କମ୍ ତାପମାତ୍ରାରେ ରଖିଲେ ତା’ର ସ୍ୱାଦ ବଦଳିବା ସହ ଟମାଟୋକୁ ପଚାଇବାରେ ସାହାଯ୍ୟ କରାଇଥାଏ ।

ରସୁଣ

କେତେକ ଲୋକ ଫ୍ରିଜରେ ରସୁଣ ମଧ୍ୟ ରଖିଥାନ୍ତି । କିନ୍ତୁ ଫ୍ରିଜରେ ରସୁଣ ରଖନ୍ତୁ ନାହିଁ । ଫ୍ରିଜରେ ରଖିଲେ ରସୁଣ ଶୁଖିଯାଏ। ଏଥିପାଇଁ ରସୁଣକୁ ସବୁବେଳେ ବାହାରେ ରଖିବା ଉଚିତ ।

କଫି ମଞ୍ଜି

ଅଧିକାଂଶ ଲୋକ କଫି ମଞ୍ଜିକୁ ଫ୍ରିଜରେ ରଖନ୍ତି । ଏପରି କଲେ ଆପଣ କ୍ଷତିରେ ପଡ଼ିବେ। ପ୍ରଥମ- କଫିର ବାସ୍ନା ଅନ୍ୟସମସ୍ତ ଖାଦ୍ୟ ପଦାର୍ଥରେ ରହିଯାଏ । ତେଣୁ ସେଗୁଡ଼ିକ କଫି ପରି ବାସ୍ନା ହୁଏ ।