ବିକ୍ଷୋଭପ୍ରଦର୍ଶନ ବେଳେ ଲୁହବୋହା ଗ୍ୟାସ ପ୍ରୟୋଗ କରାଯାଏ, କିନ୍ତୁ ଯୁଦ୍ଧରେ ବାରଣ କାହିଁକି ! ଜାଣନ୍ତୁ ଏହାର କାରଣ ?

29

ବିିକ୍ଷୋଭ ପ୍ରଦର୍ଶନକାରୀ ମାନେ ରାସ୍ତାରେ ବିରୋଧ କରିବା ସମୟରେ ଲୁହବୋହା ଗ୍ୟାସର ପ୍ରୟୋଗ କରାଯାଇଥାଏ । ଏହି ଗ୍ୟାସର ପ୍ରୟୋଗରେ ବିକ୍ଷୋଭକାରୀମାନେ ଆସ୍ତେ ଆସ୍ତେ ସ୍ଥାନ ଛାଡି ପଳାଇ ଯାଆନ୍ତି । ଭାରତରେ ମଧ୍ୟ ବିରୋଧ ପ୍ରଦର୍ଶନ ବେଳେ ଭିଡକୁ କାବୁ କରିବା ପାଇଁ ଲୁହବୋହା ଗ୍ୟାସର ପ୍ରୟୋଗ କରାଯାଏ । ପ୍ରତମ ଥର ପାଇଁଁ ଏହି ଗ୍ୟାସର ପ୍ରୟୋଗ ଆଜିଠାରୁ ୧୦୦ ବର୍ଷ ପୂର୍ବେ ଯୁୁଦ୍ଧ ସମୟରେ କରା ଯାଇଥିଲା । ବଙ୍କରରେ ଛପିଥିବା ସୈନିିକଙ୍କୁ ବାହାର କରିବା ପାଇଁ ସେ ସମୟରେ ଏହି ଗ୍ୟାସର ପ୍ରୟାଗ କରାଯାଉଥିଲା । କିନ୍ତୁ ଧୀରେ ଧୀରେ ଯୁଦ୍ଧ ପରି ସଶସ୍ତ୍ର ସଂଘର୍ଷରେ ଗ୍ୟାସର ବ୍ୟବହାର ବନ୍ଦ ହୋଇଗଲା ।

୧୯୯୭ ମସିହାରେ ହୋଇଥିବା ରାସାୟନିକ ଶସ୍ତ୍ର ରାଜିନାମାରେ ଲୁହବୋହା ଗ୍ୟାସ ବ୍ୟବାହର ଉପରେ ପ୍ରତିବନ୍ଧକ ଲଗାଗଲା । ଏହାସହ ବିିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରକୁ ଏହି ଗ୍ୟାସର ପ୍ରୟୋଗକୁ ଅନେକ ସ୍ତରରେ ନିନ୍ଦା କରାଗଲା । କାରଣ ଏହି ଗ୍ୟାସର ପ୍ରଭାବରେ ସ୍ୱାସ୍ଥ୍ୟ ସମସ୍ୟାର ସୃଷ୍ଟି ହେଉଥିଲା । ଆମେରିକାର ଜଣେ ପ୍ରଫେସରଙ୍କ କହିବା ଅନୁସାରେ ଏହି ଗ୍ୟାସ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିବା ହେତୁ ଅନେକ ସ୍ଥାନରେ ଏହାର ବିରୋଧ ହେଲା ।

ଏହି ଯୁଦ୍ଧର କିଛି ସମୟ ପରେ ୧୯୨୫ରେ ଜେନିଭା ପ୍ରୋଟକୋଲ ପାରିତ ହେଲା, ଯେଉଁଠି ଯୁଦ୍ଧ ସମୟରେ ରାସାୟନିକ ଶସ୍ତ୍ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଗଲା । ଏହି ସମୟରେ ଲୁହବୋହା ଗ୍ୟାସର ର ପରୀକ୍ଷଣ ହେଉଥିଲା । ତେଣୁ ସେତେବେଳେ ଲୁହବୋହା ଗ୍ୟାସକୁ ବ୍ୟବହାର କରିହେବା ଭଳି ତିଆରି କରାଗଲା । ଏହି ଗ୍ୟାସ ଘାତକ ନୁହଁ ଏହାର କାରଣ ହେଲା ଏହି ଗ୍ୟାସର ବ୍ୟବହାରରେ ଅନ୍ୟ ଗ୍ୟାସ ପରି ଏହା କୁପ୍ରଭାବ ପକାଏ ନାହିଁ ।

                                                                 ସୌଜନ୍ୟ- ବିବିସି