ରେଳଧାରଣା ମଝିରେ ଛୋଟ ଛୋଟ ପଥର ଖଣ୍ଡ କାହିିଁକି ବିଛାଯାଏ ? ଆସନ୍ତୁ ଜାଣିବା ଏହାର କାରଣ

55

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତିି । ଆଉ ଆପଣ ବି କେବେ ନା କେବ ରେଳରେ ଯାତ୍ରା କରିଥିବେ, ଆଉ ରେଳଧାରଣାକୁ ନିଶ୍ଚୟ ଲକ୍ଷ୍ୟ କରିଥିବେ । ଆପଣ ଅନୁମାନ କରିଥିବେ ରେଳଧାରଣା ମଝିରେ ଓ ଉଭୟ ପାଖରେ ଛୋଟ ଛୋଟ ପଥର ଖଣ୍ଡ ବିଛା ହୋଇଥାଏ । ଏମିତିରେ ଆପଣଙ୍କ ମନରେ ଥରେ ହେବେ କେବେ ଏନେଇ ପ୍ରଶ୍ନ ଉଙ୍କି ମାରିଛିି କି ରେଳ ଧାରଣା ମଧ୍ୟରେ ପଥର କାହିଁକି ବିଛାଯାଏ । ତେବେ ଆସନ୍ତୁ ଜାଣିବା ରେଳଧାରଣା ମଝିରେ କାହିଛି ବିଛାଯାଏ ପଥର ଖଣ୍ଡ ।

ଏହା ପଛରେ ରହିଛି ବେଜ୍ଞାନିକ କାରଣ । ପ୍ରାରମ୍ଭିକ ସମୟରେ ରେଳଧାରଣାର ନିର୍ମାଣ ଇସ୍ପାତ ଓ କାଠ ସାହାଯ୍ୟରେ କରାଯାଉଥିଲା । କିନ୍ତୁ ଏବେ କାଠ ବଦଳରେ ସିମେଣ୍ଟର ପ୍ରୟୋଗ ହେଉଛି । ରେଳ ଧାରଣା ମଝିରେ ପଥର ବିଛାଇବାର ପ୍ରକୃତ ଉଦ୍ଦେଶ୍ୟ ହେଲା ରେଳଧାରଣା ମଝିରେ ଥିବା ଆୟତାକାର ଲୁହାଖଣ୍ଡ ଯାହାକୁ ଧାରଣାକୁ ମଜଭୁତିରେ ଧରିରଖେ । ଯେତେବେଳଳେ ଟ୍ରେନ ଚାଲେ ସେତେବେଳେ ଭୂମି ଓ ରେଳଧାରଣାରେ କମ୍ପନ ସୃଷ୍ଟି ହୁଏ ।

ଏହା ବ୍ୟତିିତ ଟାଣ ଖରାରେ ରେଳଧାରଣା ପ୍ରସାରିତ ହେବା ସହ ଶୀତରେ ସଙ୍କୁଚିତ ହୋଇଥାଏ । ଏପରି ହେବା ଦ୍ୱାରା ଟ୍ରେନର ପୁରା ଭାର ସିମେଣ୍ଟର ଉକ୍ତ ଆୟତାକାରଣ ଲୁହାଖଣ୍ଡ ଗୁଡିକ ଉପରେ ପଡେ । କିନ୍ତୁ ଧାରଣାରେ ପଥର ବିଛା ହୋଇଥିବା ଯୋଗୁଁ ସାରା ଭାର ବିଛା ହୋଇଥିବା ଛୋଟ ଛୋଟ ପଥର ସମ୍ଭାଳି ନିଅନ୍ତି । ଯାହାଦ୍ୱାରା କମ୍ପନ, ଧାରଣାର ସଙ୍କୋଚନ ପ୍ରସାରଣ ଓ ଟ୍ରେନର ଭାର ସନ୍ତୁଳିତ ହୋଇଥାଏ ।

ଏହାସହ ଦେଖନ୍ତୁ-ଭାରତୀୟ ରେଳ କୋଚରେ ଲେଖା ହୋଇଥିବା ସଂଖ୍ୟାଗୁଡିକର ଅର୍ଥ କ’ଣ, ଜାଣନ୍ତି କି ?

                                                               ସୌଜନ୍ୟ-ଜାଗରଣଯୋଶ