ସିମରନ୍ ମୃତ୍ୟୁ ଉପରୁ ଉଠୁନି ପରଦା ! ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ ରୁଜୁ ହେଲା ହତ୍ୟା ମାମଲା

ଜେଲରେ ଥିବା ସିମରନଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିବ ପୁଲିସ

165

କନକ ବ୍ୟୁରୋ : ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଉପରୁ ହଟୁନି ପରଦା ।  ବୁର୍ଲା ଥାନାରେ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ ହୋଇଛି । ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି । ମାମଲାର ରୁଜୁ ପରେ ଆରମ୍ଭ ହୋଇଛି ତଦନ୍ତ ।  ଜେଲରେ ଥିବା ସିମରନଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରାଯିବ । ସିମରନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ଖୋଳତାଡ କରିବ ପୁଲିସ । ଗତ ୩ ତାରିଖ ଦିନ ସମ୍ବଲପୁର ମହାନଦୀ ପଠାରୁ ସିମରନଙ୍କ ମୃତଦେହ ମିଳିଥିଲା । ତେବେ ସିମରନଙ୍କ ମୃତ୍ୟୁ ଉପରୁ ଏଯାଏ ହଟିନି ପରଦା । ଏହା ହତ୍ୟା ନା ଆତ୍ମହତ୍ୟା ଏଯାଏ ସ୍ପଷ୍ଟ ହୋଇନି ।

ସୂଚନାଯୋଗ୍ୟ ଡିସେମ୍ବର ୩୧ ରାତିରେ ଘରେ ଜିରୋ ନାଇଟ୍ ସେଲିବ୍ରେସନ, ଜାନୁଆରୀ ୧ରେ ଭବାନିପାଟଣାରେ ଷ୍ଟେଜ୍ ସୋ’ କରିଥିଲେ ସିମରନ୍ । ପ୍ରୋଗ୍ରାମ ପରେ ୨ ତାରିଖ ଦିନ ଘରକୁ ଫେରୁଥିଲେ ସେଲଫି ବେବୋ । ସଂଧ୍ୟା ବେଳେ ପରିବାର ସହ କଥା ମଧ୍ୟ ହୋଇଥିଲେ । ଫୋନରେ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବା ନେଇ ମାଆଙ୍କୁ ଜଣାଇଥିଲେ ସିମରନ୍ । ବ୍ୟସ୍ତ ବିବ୍ରତ ଥିବାରୁ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ମାଆ । ହେଲେ ଘରେ ପହଁଚିବା ପୂର୍ବରୁ ୩ ତାରିଖ ସକାଳେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ମିଳିଥିଲା ସିମରନଙ୍କ ମୃତଦେହ ।