କାହିଁକି ଅମ୍ରିତାଙ୍କ ଠାରୁ ଅଲଗା ହେଲେ ସୈଫ୍ ! ସାମ୍ନାକୁ ଆସିଲା ବିଛେଦ ପଛର ବିବାଦୀୟ କାହାଣୀ

71

ଛୋଟୋ ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କ ଜୀବନ କୌଣସି ସିନେମା କାହାଣୀ ଠାରୁ କମ୍ ନୁହେଁ । ଅମ୍ରିତା ସିଂହ ସହ ଚୁପଚାପ୍ ବିବାହ ନାକେବଳ ତାଙ୍କ ପ୍ରଶଂସକଙ୍କୁ ଝଟକା ଦେଇଥିଲା ବରଂ ପୌଟଦୀ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଅମ୍ରିତା ସୈଫଙ୍କ ଠାରୁ ବୟସରେ ଯଥେଷ୍ଟ ବଡ ଥିଲେ । ହେଲେ ପ୍ରେମରେ ଅନ୍ଧ ଥିବା ସୈଫ ଏହାକୁ ଭୃକ୍ଷେପ କରିନଥିଲେ ।

ତେବେ କିଛି ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନରେ ପଡିଥିଲା ପୁର୍ଣ୍ଣଛେଦ । ଅମ୍ରିତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ଛୋଟେ ନବାବ୍ । ଯାହା ସେମାନଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ତେବେ ଶୁଣିବାକୁ ମିଳିଥିଲା ଇଟାଲୀର ମଡେଲ ରୋଜାଙ୍କ ପାଇଁ ଉଭୟଙ୍କ ସଂପର୍କରେ ଫାଟ ହୋଇଥିଲା । କିନ୍ତୁ ଏବେ ସାମ୍ନାକୁ ଆସିଛି ପ୍ରକୃତ ସତ । ଜଣା ପଡିଛି କାହିଁକି ସୈଫ୍ ଦୂରେଇ ଯାଇଥିଲେ ଅମ୍ରିତାଙ୍କ ଠାରୁ ।

ପ୍ରକୃତ କଥା ହେଲା ବିବାହ ସମୟରେ ଅମ୍ରିତା ସଫଳତାର ଶୀର୍ଷରେ ଥିଲେ ଆଉ ସୈଫ୍ ବଲିଉଡରେ ପାଦ ଜମାଇବା ପାଇଁ କରୁଥିଲେ ଷ୍ଟ୍ରଗଲ୍ । ତେବେ ସୈଫଙ୍କୁ ବିବାହ କରିବା ପରେ ଅମ୍ରିତା ସିନେମାରୁ ସନ୍ନ୍ୟାସୀ ନେଇଯାଇଥିଲେ । ଯାହା ସୈଫଙ୍କୁ ଟିକେ ଝଟକା ଦେଇଥିଲା । ତଥାପି ଚୁପ ରହିଥିଲେ ସୈଫ୍ । ଅନ୍ୟପଟେ ସୈଫଙ୍କ ସିନେମା ଲଗାତାର ଫ୍ଲପ୍ ହେବା କାରଣରୁ ଅମ୍ରିତା ହତାଶ ହୋଇଯାଇଥିଲେ । ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିଲେ ।

ବାସ୍ ତାପରେ ଆରମ୍ଭ ହେଲା ଉଭୟଙ୍କ ମଧ୍ୟରେ ତୁତୁ ମେମେ । ଏକ ସାକ୍ଷାତକାରରେ ସୈଫ କହିଛନ୍ତି ଅମ୍ରିତା ତାଙ୍କୁ ସବୁବେଳେ ଅସଫଳ ସ୍ୱାମୀ କମେଂଟ୍ କରନ୍ତି । ଏପରିକି ଅନେକ ଥର ଅମ୍ରିତା ତାଙ୍କୁ ନିକମା ଏବଂ ଅଳସୁଆ ବୋଲି ମଧ୍ୟ କୁହନ୍ତି । ଏହା ସହ ସୈଫ୍ କହିଛନ୍ତି ଅମ୍ରିତା ତାଙ୍କ ମା’ ଶର୍ମିଳା ଟାଗୋର୍ ଏବଂ ଭଉଣୀ ସୋହାଙ୍କୁ ମଧ୍ୟ ଗାଳି କରୁଥିଲେ । ଏପରିକି ଅମ୍ରିତା ତାଙ୍କୁ ନିଜ ପିଲାମାନଙ୍କଠାରୁ ମଧ୍ୟ ଦୂରେଇ ରଖୁଥିଲେ । ଯେତେବେଳେ ସହିବାର ସମସ୍ତ ସୀମା ପାରହୋଇଗଲା ସେତେବେଳେ ବାଧ୍ୟ ହୋଇ ସୈଫ୍ ଅମ୍ରିତାଙ୍କୁ ଛାଡପତ୍ର ଦେଇଥିଲେ ।