କପିଲ୍ ଶର୍ମାଙ୍କ କମେଡି ସୋ’ ‘ଦ କପିଲ୍ ଶର୍ମା ସୋ’ ଦେଶରେ ଖୁବ୍ ଲୋକପ୍ରିୟ । କପିଲ୍ ନିଜ ସୋ’କୁ ବଲିଉଡ୍ ତାରକାଙ୍କ ଠାରୁ ଆରମ୍ଭ କରି ସ୍ପୋର୍ଟ୍ସ ପର୍ସନ୍ ଏବଂ ବଡ ବଡ ନେତାଙ୍କୁ ମଧ୍ୟ ଗେଷ୍ଟ୍ କରି ଆଣି ସାରିଛନ୍ତି । ହେଲେ ଆଜି ଯାଏଁ କମେଡି କିଙ୍ଗ୍ ନିଜ ସୋ’କୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଆଣିବାରେ ସଫଳ ହୋଇ ପାରିନାହାଁନ୍ତି ।

ତେବେ କାହିଁକି ସଚିନ୍ ଏହି ସୋ’କୁ ଆସୁ ନାହାଁନ୍ତି ଏନେଇ ଖୁଲାସା କରିଛନ୍ତି ନିଜେ କପିଲ୍ ଶର୍ମା । ନିକଟରେ ବିକାନେରରେ ନିଜ ସୋ’ ଜରିଆରେ ଏହି କଥା କହିଛନ୍ତି କପିଲ୍ । ସେ କହିଛନ୍ତି , ଯେତେବେଳେ ବି ସେ ନିମନ୍ତ୍ରଣ କରିଛନ୍ତି ସଚିନ ସବୁବେଳେ କୁହନ୍ତି ‘ମୁଁ ସୋ’କୁ ଯାଇ କଣ କରିବି’ । ତେବେ ଏକଥା ଦର୍ଶକଙ୍କୁ କହିବା ବେଳେ କପିଲ୍ ଭାବୁକ ହୋଇ ପଡିଥିଲେ ।

ପଡିଆରେ ଖୁବ୍ ଆକ୍ରମଣାତ୍ମକ ଭାବରେ ଖେଳୁଥିବା ସଚିନ୍ ସାଧାରଣତଃ ମିଡିଆ , ପାର୍ଟି, ନାଇଟ୍ କ୍ଲବ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ତେଣୁ କପିଲ୍ ଶର୍ମାଙ୍କ ସୋ’କୁ ଆସିବା ପାଇଁ ସଚିନ୍ ଇଛୁୁକ ନାହାଁନ୍ତି ।