କାହିଁକି ଅଫିସ୍ କିମ୍ବା ମଲର ବାଥରୁମ୍ କବାଟ ତଳପଟୁ ଖୋଲାଥାଏ ? ଜାଣିଛନ୍ତି କି ?

30

ଟୟଲେଟ ନେଇ ଏବେ ଦେଶ ସାରା ହଙ୍ଗାମା । ସରକାର ଟୟଲେଟ ପଛରେ ପଡ଼ିଛନ୍ତି । ଟଙ୍କା ନିଅ ପଛେ ଟୟଲେଟ ବା ପାଇଖାନା ତିଆରି କର ବୋଲି ସରକାର ଲୋକଙ୍କୁ ସଚେତନ କରାଉଛନ୍ତି । କେବଳ ଏତିକି ନୁହଁ ଟୟଲେଟ ଉପରେ ଏକ ସିନେମା ମଧ୍ୟ ଆସୁଛି । ଟୟଲେଟ ନଥିଲେ ନବବିବାହିତା ଶ୍ୱଶୁର ଘର ଛାଡ଼ି ଯିବାର ଖବର ମଧ୍ୟ ଆସୁଛି । ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାର ଭରପୁର ପ୍ରୟାସ କରୁଛନ୍ତି ।

ଭାରତକୁ ‘ଖୋଲାରେ ମଳତ୍ୟାଗ ମୁକ୍ତ’ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର କିଛି ଦିନ ପୂର୍ବରୁ ‘ଦରୱାଜା ବନ୍ଦ’ ଅଭିଯାନ ଆରମ୍ଭ କରିଥିଲେ । ଦେଶର ସବୁ ଗ୍ରାମାଂଚଳରେ ଶୌଚାଳୟ ବ୍ୟବହାର କରିବାକୁ ଆହ୍ୱାନ ଦେବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏହାହସ ବଲିଉଡ଼ ଅଭିନେତା ଅମିତାଭ “ସ୍ୱଛ ଭାରତ ଅଭିଯାନ’ର ବି ଆମ୍ବାସାଡର ଅଛନ୍ତି । ସରକାର ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି ।

ତେବେ ଆପଣ ଜାଣନ୍ତି କି, ଅଫିସ, ମଲ କିମ୍ବା ସାଧାରଣ ସ୍ଥାନରେ ଥିବା ଟୟଲେଟ ଦରଜା ତଳ ଆଡ଼ୁ କାହିଁକିି ଖୋଲା ଥାଏ ।

• ଏହାର କାରଣ ହେଲା ଅଫିସ, ମଲ କିମ୍ବା ସାଧାରଣ ସ୍ଥାନରେ ଥିବା ଟୟଲେଟ ଗୁଡିକ ଦିନ ସାରା ବ୍ୟବହାର ହୁଏ । ଏହାର ଲଗାତାର ମଇଳା ହେଉଥାଏ । ତେବେ ଚଟାଣ ଓ ଦରଜାର ମଧ୍ୟରେ ଫାଙ୍କ ଥିଲେ ଟୟଲେଟ୍ ସଫା କରିବା ସହଜ ହୋଇଯାଏ ।

• ମେଡ଼ିକାଲ ଏମରଜେନ୍ସି ସମୟରେ ଟୟଲେଟ ଓ ଚଟାଣ ମଧ୍ୟରେ ଥିବା ଫାଙ୍କ ଯୋଗୁଁ ଆପଣ ଅସୁବିଧାରେ ପଡ଼ିବ ନାହିଁ । ଟୟଲେଟ ଭିତରେ ଯଦି କାହାର କିଛି ଦରକାର ହୋଇଯାଏ ବାହାରେ ଥିବା ଲୋକେ ସହଜରେ ଜାଣିପାରିବେ ।

• କେବେ କେବେ ଛୋଟ ପିଲାମାନେ ଟୟଲେଟରେ ବନ୍ଦ ହେବାର ଅନେକ ଖବର ଶୁଣିବା ପାଇଁ ମିଳେ । ସେମାନେ ଭୁଲରେ ଟୟଲେଟରେ ବନ୍ଦ ହୋଇଯାଆନ୍ତି । ଯଦି ସେହି ସମୟରେ ଶିଶୁର ସାହାଯ୍ୟ ପାଇଁ କେହି ନଥାନ୍ତି , ତେବ ଶିଶୁ ସହଜରେ ଫାଙ୍କ ଦେଇ ବାହାରି ଆସିବ ।

• ସାଧାରଣ ସ୍ଥାନରେ ଟୟଲେଟରେ ଛୋଟ କବାଟ ଲଗାଇବା ବିଚାର ପ୍ରଥମେ ଆମେରିିକାରେ ଆସିଥିଲା ।

• ଆଉ ଏକ କାରଣ ହେଲା ଛୋଟ କବାଟ ଥିଲେ ବାହାର ଲୋକଙ୍କୁ ଆପଣଙ୍କ ପାଦ ଦେଖାଯିବ ଓ କେହି ଭୁଲରେ ଟୟଲେଟ ଭିତରେ ପଶିବେ ନାହିଁ ।